www.samajalive.in
Wednesday, December 10, 2025
23.1 C
Bhubaneswar

ବ୍ରଣ ସମସ୍ୟା ଦୂର କରିବା ପାଇଁ ଘରୋଇ ଉପଚାର

ଆଜିକାଲି ଅନେକଙ୍କର ବ୍ରଣ ଓ ଆଖି ତଳ କଳା ଦାଗ ସମସ୍ୟା ରହିଛି। ଏହା ପଛରେ ଅନେକ କାରଣ ରହିଛି। ଯେପରି ତୈଳାକ୍ତ ମୁହଁ, ଅଧିକ ଚିନ୍ତିତ ରହିବା, ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା, ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ଓ ଖରାପ ଜୀବନ ଶୈଳୀ ଯୋଗୁଁ ମୁହଁରେ ବ୍ରଣ ସମସ୍ୟା ଦେଖା ଦେଇଥାଏ। ଅନେକ ଝିଅମାନେ ବ୍ରଣର ଦାଗକୁ ମେକଅପ ଦ୍ବାରା ଲୁଚାଇବାକୁ ଚେଷ୍ଟା କରିଥାଆନ୍ତି। କିନ୍ତୁ ଏପରି କରିବା ଅପେକ୍ଷା ଘରୋଇ ଉପାୟରେ ମୁହଁରୁ ବ୍ରଣ ଓ ଆଖି ତଳ କଳା ଦାଗ ସମସ୍ୟା ଦୂର କରିପାରିବା। ଆସନ୍ତୁ ଜାଣିବା ସେହି ଉପାୟ ସମ୍ବନ୍ଧରେ ..

ଦହି ଓ ଲେମ୍ବୁ ରସ :

- Advertisement -

ଏକ ଚାମଚ ଦହିରେ ୧ ଚାମଚ ଲେମ୍ବୁ ରସ ଭଲ ଭାବେ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାଇ ୩୦ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। ନିର୍ଦ୍ଧାରିତ ସମୟ ପରେ ମୁହଁକୁ ସଫା ପାଣିରେ ଧୋଇ ଦିଅନ୍ତୁ। ତାପରେ ମଶ୍ଚରାଇଜର ଲଗାନ୍ତୁ। ସପ୍ତାହକୁ ଦୁଇ ଥର ଏପରି କରନ୍ତୁ।

ଦହି :

ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ମୁହଁରେ ଦହି ଲଗାନ୍ତୁ। ଏହାଦ୍ବାରା ମୁହଁରୁ ଅପରିଷ୍କାର ଧୂଳି ଓ ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାଏ।

ଦହି ଓ ବେସନ :

୧ ଚାମଚ ବେସନରେ ୨ ଚାମଚ ଦହି ମିଶାନ୍ତୁ। ତାହାକୁ ୨୦ମିନିଟ ପର୍ଯ୍ୟନ୍ତ ମୁହଁରେ ଲଗାଇ ୨୦ମିନିଟ ରଖି ଦିଅନ୍ତୁ। ମୁହଁରେ ତାହା ଶୁଖିଗଲା ପରେ ଧୋଇ ଦିଅନ୍ତୁ। ଏପରି ସପ୍ତାହକୁ ୩ଥର କରନ୍ତୁ।

ବ୍ରଣ ହେବାର କାରଣ :

ଧୂଳି ଓ ପ୍ରଦୂଷଣ କାରଣରୁ

ଅଧିକ ଜଙ୍କଫୁଡ ଓ ତୈଳାକ୍ତ ଖାଦ୍ୟ ଖାଇବା ଯୋଗୁଁ

ଅଧିକ ଚା ଓ କଫି ପିଇବା ଦ୍ବାରା

ମଦ୍ୟପାନ ଓ ଧୂମ୍ରପାନ କରିବା ଯୋଗୁଁ

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories