www.samajalive.in
Wednesday, December 10, 2025
23.1 C
Bhubaneswar

ପୂଜାରେ ଦୀପ ପ୍ରଜ୍ବଳିତ କରିବାର କିଛି ନିୟମ

ସମସ୍ତ ଦେବାଦେବୀଙ୍କ ପୂଜାରେ ଦୀପ ପ୍ରଜ୍ବଳିତ କରାଯାଇଥାଏ। ଯେଉଁମାନେ ସଠିକ ବିଧି ବିଧାନର ସହ ପୂଜା କରି ପାରି ନଥାଆନ୍ତି ସେମାନେ କେବଳ ଦୀପ ଜଳାଇ ପୂଜା କରିଥାଆନ୍ତି। ଏହାସହ ଦୀପର ଆଳତୀ କରିଥାଆନ୍ତି। ଆଳତୀ ପରେ ପୂଜନ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥାଏ। ଆଳତୀ କରିବା ବେଳେ କିଛି ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ। ଆସନ୍ତୁ ଜାଣିବା ସେସବୁ କ’ଣ ..

ପୂଜା କରିବା ବେଳେ ଘିଅର ଦୀପକୁ ନିଜ ବାମ ହାତ ପଟକୁ ପ୍ରଜ୍ବଳିତ କରିବା ଉଚିତ। ଏହାସହ ତେଲର ଦୀପକୁ ଡାହାଣ ହାତ ପଟକୁ ପ୍ରଜ୍ବଳିତ କରିବା ଉଚିତ।

- Advertisement -

ଦୀପ ଜଳାଇବା ସମୟରେ ଏକ ମନ୍ତ୍ର ଜପ କରିବା ଉଚିତ। ଏହାଦ୍ବାରା ଅଗ୍ନିଦେବଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ।

ଧ୍ୟାନ ଦିଅନ୍ତୁ ଯେ, ପୂଜା ମଝିରେ ଦୀପ ଯେପରି ନ ଲିଭେ। ଏପରି ହେବା ଦ୍ବାରା ପୂଜାର ସମ୍ପୂର୍ଣ୍ଣ ଫଳ ପ୍ରାପ୍ତି ହୋଇପାରେ ନାହିଁ।

ଭଗବାନଙ୍କ ପ୍ରତୀମାର ଠିକ୍‌ ସମ୍ମୁଖରେ ଦୀପ ପ୍ରଜ୍ବଳନ କରନ୍ତୁ। କେବେ ବି ମୂର୍ତ୍ତିର ଏପଟେସେପଟେ ଦୀପ ରଖନ୍ତୁ ନାହିଁ।

ସର୍ବଦା ଘିଅର ଦୀପରେ ଶୁଦ୍ଧ ଧଳା ରଙ୍ଗର ସଳିତା ବ୍ୟବହାର କରନ୍ତୁ। ତେଲର ଦୀପରେ ଲାଲ ସୂତାର ସଳିତା ବ୍ୟବହାର କରନ୍ତୁ।

କେବେ ବି ଲିଭି ଯାଇଥିବା ଦୀପକୁ ଜଳାନ୍ତୁ ନାହିଁ। ଏହାଦ୍ବାରା କୌଣସି ଧାର୍ମିକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇ ନ ଥାଏ।

 

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories