www.samajalive.in
Saturday, December 13, 2025
27.1 C
Bhubaneswar

ଏସିଡ ଆକ୍ରମଣକାରୀ କ୍ଷମାର ପ।ତ୍ର ନୁହନ୍ତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଏସିଡ ଆକ୍ରମଣ ଅତ୍ୟନ୍ତ ଅସଭ୍ୟ ଓ ହୃଦୟହୀନ ଅପରାଧ। ଏସିଡ ଆକ୍ରମଣର ଅଭିଯୁକ୍ତମାନେ ଆଦୌ କ୍ଷମାର ପ।ତ୍ର ନୁହନ୍ତି। ଏଭଳି ମତ ରଖିଛନ୍ତି ସୁପ୍ରିମକୋର୍ଟ। ଏହି ପରିପ୍ରେକ୍ଷୀରେ ଜଣେ ଏସିଡ ଆକ୍ରମଣ ପୀଡ଼ିତାଙ୍କୁ ଅତିରିକ୍ତ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ଦୁଇ ଅଭିଯୁକ୍ତଙ୍କୁ ନିର୍ଦେଶ ଦେଇଛନ୍ତି। ଏଥିସହିତ ପୀଡ଼ିତାଙ୍କୁ ସମସ୍ତ ସାହାଯ୍ୟ ଯୋଗାଇ ଦେବାକୁ ମଧ୍ୟ ହିମାଚଳପ୍ରଦେଶ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଦୁଇ ଅଭିଯୁକ୍ତ ଇତିମଧ୍ୟରେ ୫ ବର୍ଷ ଲେଖାଏଁ କାରାଦଣ୍ଡ ଭୋଗି ସାରିଲେଣି। ୨୦୦୪ରେ ଜଣେ ୧୯ବର୍ଷୀୟା ଯୁବତୀଙ୍କ ଉପରକୁ ଏସିଡ ଫିଙ୍ଗାଯିବା ସମ୍ପର୍କିତ ମାମଲାର ବିଚାର କରି ବିଚାରପତି ଏ.ଏମ୍ ଖାନ୍‌ୱିଲକର ଓ ଅଜୟ ରାସ୍ତୋଗି କହିଛନ୍ତି ଯେ ପୀଡ଼ିତାଙ୍କର ସେମାନେ ଯେଉଁ କ୍ଷତି ଘଟାଇଛନ୍ତି ତାହା ଅପୂରଣୀୟ। ଏଭଳି ଅପରାଧୀମାନେ ଆଦୌ ଦୟା କିମ୍ବା କ୍ଷମା ଦିଆଯାଇ ନ ପାରେ। ହିମାଚଳପ୍ରଦେଶ ହାଇକୋର୍ଟ ଦୁଇ ଅପରାଧୀଙ୍କୁ ନିମ୍ନ ଅଦାଲତ ଦେଇଥିବା ୧୦ବର୍ଷର କାରାଦଣ୍ଡାଦେଶକୁ ହ୍ରାସ ପୂର୍ବକ ୫ବର୍ଷ କରିଥିବାରୁ ବିଚାରପତି ଦ୍ବୟ ଅସନ୍ତୋଷ ପ୍ରକାଶ କରିବା ସହ ତିନି ମାସ ମଧ୍ୟରେ କ୍ଷତିପୂରଣ ରାଶି ପୀଡ଼ିତାଙ୍କୁ ପ୍ରଦାନ ପାଇଁ ନିର୍ଦେଶ ଦେଇଛନ୍ତି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories