www.samajalive.in
Thursday, December 11, 2025
16.1 C
Bhubaneswar

ମୁସରଫ ଗୁରୁତର ଅସୁସ୍ଥ

ଇସଲାମାବାଦ : ପାକିସ୍ତାନର ପୂର୍ବତନ ସାମରିକ ଶାସକ ଜେନେରାଲ ପରଭେଜ ମୁସରଫ ଗୁରୁତର ଅସୁସ୍ଥ ଅବସ୍ଥାରେ ଦୁବାଇର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେ ଏକ ବିରଳ ବ୍ୟାଧି ‘ଆମିଲୋଇଡୋସିସ୍‌’ରେ ପୀଡ଼ିତ ଥିବା ଜଣାପଡ଼ିଛି। ଏଥିରେ ତାଙ୍କର ସ୍ନାୟୁସବୁ ଦୁର୍ବଳ ହୋଇପଡ଼ୁଛି। ପୂର୍ବରୁ ଡାକ୍ତର ତାଙ୍କୁ ପୂର୍ଣ୍ଣ ବିଶ୍ରାମ ପାଇଁ ପରାମର୍ଶ ଦେଇଥିଲେ ବୋଲି ମୁସରଫଙ୍କ ‘ଅଲ୍‌ ପାକିସ୍ତାନ ମୁସଲିମ୍‌ ଲିଗ୍‌’ ଦଳର ମହାସଚିବ ମେହରିନ୍‌ ଆଦାମ ମାଲିକ କହିଛନ୍ତି। ଗତ ବର୍ଷ ସେ ଏହି ବ୍ୟାଧିରେ ପଡ଼ିଥିବା ଜଣାପଡ଼ିବା ପରେ ଲଣ୍ଡନରେ ଚିକିତ୍ସିତ ହେଉଥିଲେ। ଏଥିଯୋଗୁଁ ସେ ଛିଡ଼ା ହେବା ଓ ଚାଲିବା କଷ୍ଟକର ହୋଇପଡ଼ିଛି। ଶନିବାର ରାତିରେ ସେ ହଠାତ୍‌ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତାଙ୍କ ଶରୀରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ପ୍ରଭାବିତ ହୋଇଥିବା କୁହାଯାଉଛି। ୨୦୧୬ ମାର୍ଚ୍ଚରୁ ଦୁବାଇରେ ନିର୍ବାସିତ ଜୀବନ ବିତାଉଥିବା ୭୫ବର୍ଷୀୟ ମୁସରଫଙ୍କ ବିରୋଧରେ ପାକିସ୍ତାନରେ ଏକାଧିକ ମାମଲା ବିଚାରାଧୀନ ରହିଛି।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories