ଦୂତାବାସ କର୍ମଚାରୀଙ୍କୁ ନିର୍ଯାତନା ଦେଇ ପାକିସ୍ତାନ ନିକଟରେ ଭାରତର ଦୃଢ ପ୍ରତିବାଦ
ନୂଆଦିଲ୍ଲୀ : ଭାରତୀୟ ଉଚ୍ଚାୟୁକ୍ତ (ଦୂତାବାସ) କର୍ମଚାରୀଙ୍କୁ ପାକିସ୍ତାନ ନିର୍ଯାତନା ଦେବା ନେଇ ଅଭିଯୋଗ ହୋଇଛି। ମାର୍ଚ୍ଚ ୮ରୁ ୧୧ ତାରିଖ ମଧ୍ୟରେ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଭାରତ ସରକାର ପାକିସ୍ତାନ ନିକଟରେ ଦୃଢ ପ୍ରତିବାଦ ଜଣାଇଛି। ଅଭିଯୋଗର ତୁରନ୍ତ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ନେବାକୁ ଭାରତ ଦାବି କରିଛି। ରିପୋର୍ଟ ଅନୁଯାୟୀ ମାର୍ଚ୍ଚ ୯ ଓ ୧୦ ତାରିଖରେ ଭାରତ ଉପଉଚ୍ଚାୟୁକ୍ତଙ୍କୁ ପାକିସ୍ତାନ ସୁରକ୍ଷା କର୍ମୀ ପିଛା କରିଥିଲେ। ସେହିପରି ଦୂତାବାସରେ ଥିବା ନୌସେନା ପରାମର୍ଶଦାତାଙ୍କୁ ମାର୍ଚ୍ଚ ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ପାକିସ୍ତାନ ସୁରକ୍ଷାକର୍ମୀ ପିଛା କରିଥିଲେ। ପାକିସ୍ତାନର ଦୁଇଜଣ ସୁରକ୍ଷାକର୍ମୀ ଦୈନିକ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ପିଛା କରିଚାଲିଛନ୍ତି।