www.samajalive.in
Monday, December 15, 2025
26.1 C
Bhubaneswar

ଆଉ ନାହାନ୍ତି ଅଚ୍ୟୁତ୍ ପୋତଦାର୍‌

ନୂଆଦିଲ୍ଲୀ : ପରଲୋକରେ ବହୁଚର୍ଚ୍ଚିତ ଫିଲ୍ମ ୩ ଇଡିୟଟ୍ସ ଫିଲ୍ମର ପ୍ରଫେସର। ୯୧ ବର୍ଷ ବୟସରେ ଆଖି ବୁଜିଛନ୍ତି ଲୋକପ୍ରିୟ ଅଭିନେତା ଅଚ୍ୟୁତ୍ ପୋତଦାର। ଚିକିତ୍ସାଧୀନ ଅବସ୍ଥାରେ ଥାଣେର ଜୁପିଟର ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି। ସେ ଦୀର୍ଘ ଦିନ ଧରି ରୋଗରେ ପୀଡିତ ଥିଲେ। ଅଚ୍ୟୁତଙ୍କ ମୃତ୍ୟୁ ଖବର ଶୁଣି ବଲିଉଡରେ ଶୋକର ଛାୟା ଖେଳିଯାଇଛି। ଆଜି ଥାଣେରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ୪୪ ବର୍ଷ ବୟସରେ ସେ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ପାଖାପାଖି ୧୨୫ରୁ ଅଧିକ ହିନ୍ଦୀ ଏବଂ ମରାଠୀ ଚଳଚିତ୍ରରେ କାମ କରିଥିଲେ। ଏପରିକି ୧୦୦ରୁ ଅଧିକ ଟିଭି ସିରିଏଲରେ ମଧ୍ୟ ସେ ଅଭିନୟର ଜାଦୁ ଦେଖାଇଛନ୍ତି। ଅଭିନୟ ଜଗତକୁ ଆସିବା ପୂର୍ବରୁ ସେ ଭାରତୀୟ ସେନାରେ କାମ କରୁଥିଲେ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories