ଜେଲ ଗଲା ଅଭିଯୁକ୍ତ, କାଟିଥିଲା ପ୍ରଫେସରଙ୍କ ପାପୁଲି

ଡେସ୍କ: କେରଳର ଜଣେ ପ୍ରଫେସରଙ୍କ ପାପୁଲି କାଟିବା ମାମଲାରେ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ସହାବକୁ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) କୋର୍ଟ ଜାନୁଆରୀ ୨୪ ପର୍ଯ୍ୟନ୍ତ ଜେଲକୁ ପଠାଇ ଦେଇଛନ୍ତି। ଆଜି ତାକୁ ଜାତୀୟ ଅନୁସନ୍ଧାନ ଏଜେନ୍ସି ସହାବକୁ ଗିରଫ କରିଥିଲା। ଆଜି ସନ୍ଧ୍ୟାରେ ଅଭିଯୁକ୍ତକୁ ଏନଆଇଏ କୋର୍ଟରେ ହାଜର କରାଯାଇଥିଲା।

ଜୀବନ୍ୟାସ ପାଇବ କି ଶ୍ରୀଲଙ୍କା କ୍ରିକେଟ?

ଏଜେନ୍ସି କହିଛି ଯେ ଏହି ମାମଲାରେ ଅଭିଯୁକ୍ତ ସବାଦକୁ ଧରାଇ ଦେବା ଲାଗି ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ଏନଆଇଏ ସବାଦକୁ କେରଳର କନ୍ନୁରରୁ ଗିରଫ କରିଛି। ସେ ଗତ ୧୩ ବର୍ଷ ହେବ ଫେରାର ଥିଲା। ୨୦୧୦ରେ ପ୍ରଫେସର ଟି.ଜେ ଜୋସେଫଙ୍କ ପାପୁଲି କାଟି ହତ୍ୟା ଉଦ୍ୟମ ମାମଲାରେ ସେ ମୁଖ୍ୟ ଅଭିଯୁକ୍ତ ଥିଲା। ଏପର୍ଯ୍ୟନ୍ତ ୧୯ ଜଣ ଅଭିଯୁକ୍ତଙ୍କୁ ଏହି ମାମଲାରେ ଦଣ୍ଡିତ କରାଯାଇଛି। ଇଡୁକି ଜିଲ୍ଲାର ଏକ କଲେଜରେ ପରୀକ୍ଷା ଚାଲିଥିବା ବେଳେ ପ୍ରଶ୍ନପତ୍ର ନେଇ ମହମ୍ମଦ ସହାବ ଓ ତାର ସହଯୋଗୀମାନେ ପ୍ରଫେସରଙ୍କ ଉପରେ ଆକ୍ରମଣ କରିଥିଲେ।

Comments are closed.