www.samajalive.in
Monday, December 15, 2025
17.1 C
Bhubaneswar

ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସଦର ପଞ୍ଚାୟତ ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତ ଜଣେ ବିବାହିତ ଯୁବକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁଯାୟୀ, ଯୁବତୀ ଜଣକ ଦିବ୍ୟାଙ୍ଗ ହୋଇଥିବାରୁ ପ୍ରାୟ ସମୟ ଘରେ ରୁହନ୍ତି। ସେହି ଗ୍ରାମର ୩୫ ବର୍ଷୀୟ ବିବାହିତ ଯୁବକ ନାଗେଶ ଧନୁ ପୀଡ଼ିତାଙ୍କୁ ବିବାହ କରିବାର ପ୍ରଲୋଭନ ଦେଖାଇ ବାରମ୍ବାର ଅସଦାଚରଣ କରିବା ସହିତ ଦୁଷ୍କର୍ମ କରିଥିଲେ। ଏହାର କିଛି ମାସ ପରେ ଯୁବତୀ ଗର୍ଭବତୀ ହୋଇଥିଲେ। ଯୁବତୀ ଜଣକ ଲୋକଲଜ୍ଜା ଭୟରେ କାହାକୁ କିଛି ଜଣାଇ ନ ଥିଲେ। କିନ୍ତୁ ମାନବାଧିକାର ଆୟୋଗ ଏ ନେଇ ଖବର ପାଇବା ପରେ ଏକ ଟିମ ଗାଁରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାଶୁଝା କରିଥିଲେ। ନାଗେଶ ଗ୍ରାମର ସମସ୍ତ ବୁଦ୍ଧିଜୀବୀଙ୍କ ସମ୍ମୁଖରେ ନିଜ ଦୋଷ ସ୍ଵୀକାର କରି ପୀଡ଼ିତାଙ୍କ ମଥାରେ ସିନ୍ଦୂର ଲଗାଇ, ଫୁଲ ମାଳ ପିନ୍ଧାଇ ପତ୍ନୀ ଭାବେ ଗ୍ରହଣ କରିବି ବୋଲି ଘୋଷଣା କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ନାଗେଶ ପୀଡ଼ିତାଙ୍କୁ ଗାଳିଗୁଲଜ କରିବା ସହିତ ସ୍ତ୍ରୀ ଭାବେ ଗ୍ରହଣ କରି ନ ଥିଲା। ଏହା ମଧ୍ୟରେ ପୀଡ଼ିତା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଅଭିଯୁକ୍ତ ପୀଡ଼ିତାଙ୍କୁ ସ୍ତ୍ରୀ ମାନ୍ୟତା ନ ଦେବାରୁ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories