www.samajalive.in
Sunday, December 7, 2025
18.1 C
Bhubaneswar

ସାବଧାନ୍‌‌! କେମିକାଲ ଆମ୍ବ ଖାଉଛନ୍ତି କି? ହୋଇପାରେ କର୍କଟ ରୋଗର କାରଣ

ସମାଜ ଡିଜିଟାଲ ଡେସ୍କ: ଗ୍ରୀଷ୍ମଋତୁ ସହ ବର୍ତ୍ତମାନ ଆମ୍ବ ସିଜିନ୍‌‌। ଅନେକ ଲୋକ ଆମ୍ବ ଖାଇବାକୁ ବହୁତ ଭଲ ପାଆନ୍ତି ତ ଆଉ କେହି ନୁହେଁ। କିନ୍ତୁ ଆପଣ ଜାଣନ୍ତି କି ଆମ୍ବରେ କିଛି ଏଭଳି ରସାୟନିକ ପଦାର୍ଥ ବ୍ୟବହାର ହେଉଥିବାରୁ କୃତ୍ରିମ ଉପାୟରେ ପ୍ରସ୍ତୁତ ହେଉଥିବା ଆମ୍ବ ଖାଇବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ। ହେଲେ କିଛି ଏଭଳି ଉପାୟରେ ଆମ୍ବକୁ ପାଚିବାକୁ ଦିଆଯାଉଛି ଯାହାକୁ ଖାଇବା ଦ୍ୱାରା ଆପଣ କର୍କଟ ରୋଗର ଶିକାର ହୋଇପାରନ୍ତି। ଆମ୍ବ କିଣିବା ବେଳେ ନିଶ୍ଚିତ ଭାବେ ପରଖି ନିଅନ୍ତୁ ଯେ ଭାରତୀୟ ଖାଦ୍ୟ ସୁରକ୍ଷା ମାନକ ଆୟୋଗ ଦ୍ୱାରା ସ୍ଥିର ହୋଇଥିବା ମାନ ଅନୁଯାୟୀ ଆମ୍ବ ପ୍ରାକୃତିକ ଭାବରେ ପାଚିବାକୁ ଦିଆଯାଇଛି କି ନାହିଁ।
ଧ୍ୟାନ ଦିଅନ୍ତୁ ଯଦି ଆପଣ ରସଯୁକ୍ତ କିଛି ଆମ୍ବ ବଜାରରୁ କ୍ରୟ କରି ଖାଉଛନ୍ତି ତେବେ ସେଥିରେ କିଛି କ୍ୟାଲସିୟମ୍‌‌ କାର୍ବାଇଡ୍‌‌ ଭଳି ରାସାୟନିକ ପଦାର୍ଥ ଦ୍ୱାରା ପାଚିବାକୁ ଦିଆଯାଇଥାଏ। ଏହାକୁ ଖାଇବା ସ୍ୱାସ୍ଥ୍ୟପ୍ରତି ହାନିକାରକ ହୋଇପାରେ। ଆମ୍ବକୁ ପଚାଇବାରେ ଏଭଳି କରିବାକୁ ଏଫଏସଏସଏଆଇ କଡା ନିଷେଧ କରିଛି। ଏହି ରାସାୟନିକ ପଦାର୍ଥ ସ୍ୱାସ୍ଥ୍ୟ ପ୍ରତି ଗୁରୁତର ରୋଗକୁ ଡାକି ଆଣିପାରେ।
ଯଦି ପ୍ରାକୃତିକ ଉପାୟରେ ପାଚିଲା ଆମ୍ବ ଖାଉଛନ୍ତି ତେବେ ଏହା ସ୍ୱାସ୍ଥ୍ୟପ୍ରତି ଭଲ। ଏଫଏସଏସଏଆଇର ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରାକୃତିକ ଉପାୟରେ ପାଚିଥିବା ଆମ୍ବ ବଜାରରେ ବିକ୍ରି ହେବା ଜରୁରୀ। ଯଦି କିଛି ଭୁଲ ଉପାୟରେ ଆମ୍ବକୁ ପଚାଇ ବିକ୍ରି କରୁଛନ୍ତି ତେବେ ଏହାକୁ ଖାଇବାଠାରୁ ଦୂରେଇ ରୁହନ୍ତୁ।
ଫଳକୁ ଶୀଘ୍ର ପାଚିବା ପାଇଁ ଆଜିକାଲି କ୍ୟାଲସିୟମ୍‌‌ କାର୍ବାଇଡ୍‌‌ ବ୍ୟବହାର କରାଯାଉଛି। ହେଲେ ଏହା ଶରୀର ପାଇଁ ବିପଜ୍ଜନକ ଏବଂ ଏହା କରିବା ବେଆଇନ। କାରଣ ଏହା ଫଳକୁ ବିଷାକ୍ତ କରିଥାଏ ଏବଂ ଲୋକମାନେ ସେହି ଫଳ ଖାଇବା ପରେ ଫୁସଫୁସ୍‌‌ କର୍କଟ ଭଳି ଗୁରୁତର ରୋଗର ଶିକାର ହୋଇପାରନ୍ତି। କ୍ୟାଲସିୟମ୍‌‌ କାର୍ବାଇଡ୍‌‌ ବ୍ୟବହୁତ ଫଳ ଖାଇବା ଦ୍ୱାରା କାଶ ହେବା, ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା, ଛାତି ଯନ୍ତ୍ରଣା ହୋଇପାରେ। ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେଲେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା ସହ ମୃତ୍ୟୁ ମଧ୍ୟ ହୋଇପାରେ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories