www.samajalive.in
Tuesday, December 9, 2025
23.1 C
Bhubaneswar

ଦୁର୍ଘଟଣାପ୍ରବଣ ପୁରୀ ବାଇପାସ୍ ରାସ୍ତା: ୧୫ ଦିନରେ ଜଣେ ମୃତ, ୧୦ରୁ ଊର୍ଦ୍ଧ୍ବ ଆହତ

ବାଳକାଟି : ଦୁର୍ଘଟଣା ପ୍ରବଣ ପାଲଟିଛି ଭୁବନେଶ୍ବର-ପୁରୀ ବାଇପାସ ରାସ୍ତା । ସାଧାରଣତଃ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଯାନବାହନର ବହୁଳ ବ୍ୟବହାର ଯୋଗୁଁ ପୁରୀ-ଭୁବନେଶ୍ବର ମୁଖ୍ୟରାସ୍ତା ସାମନ୍ତରାୟପୁର, ରବି ଟକିଜ, କଳ୍ପନା ଆଦି ଛକରେ ଟ୍ରାଫିକ ସମସ୍ୟା ଜଟିଳ ହୋଇପଡ଼ିଥିବାରୁ ପୁରୀ ବାଇପାସ ରାସ୍ତା ନିର୍ମାଣ କରାଯାଇଥିଲା। ମାତ୍ର ଏହି ରାସ୍ତାରେ ପ୍ରତିଦିନ ଦୁର୍ଘଟଣା ଘଟୁଛି। ଭୁବନେଶ୍ବର-ପୁରୀ ବାଇପାସ ରାସ୍ତାରେ ଗତ ୧୫ ଦିନ ମଧ୍ୟରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଊର୍ଦ୍ଧ୍ଵ ଆହତ ହୋଇଛନ୍ତି ।  ସଠିକ ସଚେତନତା ଅଭାବ କିମ୍ବା ଚାଳକଙ୍କ ଖାମଖୁଆଲ ଗାଡ଼ି ଚାଳନା ଏହିସବୁ ଦୁର୍ଘଟଣାର କାରଣ ବୋଲି କୁହାଯାଉଛି।

ଗତମାସ ୨୫ ରାତିରେ ଲିଙ୍ଗିପୁର ଟ୍ରାଫିକ୍ ଛକଠାରୁ ମାତ୍ର ୧୦୦ ମିଟର ଦୂରରେ ବାଇପାସ ରାସ୍ତାରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତ ପାର୍ଶ୍ଵରେ ଥିବା ଗଛକୁ ଧକ୍କା ଦେଇଥିଲା । ଫଳରେ ଏଥିରେ ବସିଥ‌ିବା ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିଲେ । ଗତ ୩୧ରେ ମଧ୍ୟ ସେହି ଟ୍ରାଫିକ୍ ଛକ ନିକଟରେ ମଧ୍ୟ ଏକ କାର୍ ଧକ୍କାରେ କୋଣାର୍କ ଅଞ୍ଚଳର ମିଟୁ ଗୋଚ୍ଛାୟତ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ ।

- Advertisement -

ସୋମ‌ବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ଏହି ବାଇପାସ୍ ରାସ୍ତା କେଶୁରା ଟ୍ରାଫିକ୍ ଛକ ନିକଟରେ ମଧ୍ୟ ଏକ କାର୍ ଧକ୍କାରେ ବାଙ୍କୁଆଳ ଗ୍ରାମର ବିଚିତ୍ର ସାମନ୍ତରାୟ ନାମକ ବୃଦ୍ଧ ଆହତ ହୋଇଥିବା ବେଳେ ଧଉଳି ଥାନା ହୋଟେଲ ଚାନ୍ସଲର ସମ୍ମୁଖରେ ଅପରାହ୍ନ ପ୍ରାୟ ୫ଟାରେ ଏକ ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି।

ଭୁବନେଶ୍ବରରୁ ପୁରୀ ଅଭିମୁଖେ ଏକ କାର୍ ଯାଉଥିବା ହୋଟେଲ ଚାନ୍ସଲର ସମ୍ମୁଖରେ ରାସ୍ତାରେ ଥୁଆ ହୋଇଥିବା ଏକ ହାଇୱାରେ ଧକ୍କା ହୋଇଥିଲା। ଧକ୍କା ହେବାପରେ କାର୍‌ଟି ବୁଲିଯିବାରୁ ପଛପଟୁ ଏକ ମୋଟର ସାଇକଲ ଯୋଗେ ଆସୁଥିବା ଦମ୍ପତିଙ୍କୁ ଧକ୍କା ଦେଇଥିଲା। ଫଳରେ ଦମ୍ପତି ରାସ୍ତାରେ ଛିଟିକି ପଡିଥିଲେ। ସ୍ବାମୀଙ୍କ ବାମଗୋଡ଼ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ସ୍ତ୍ରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ସେମାନେ କାକଟ ପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ସେହିପରି କାର୍‌ରେ ବସିଥିବା ଜଣେ ବରିଷ୍ଠ ନାଗରିକ ମଧ୍ୟ ଆହତ ହୋଇଛନ୍ତି। ପୁଲିସ ଦୁର୍ଘଟଣାଗ୍ରସ୍ତ ୨ଟି ଗାଡ଼ିକୁ ଥାନାକୁ ନେଇ ତଦନ୍ତ ଚଲାଇଛି।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories