ପାଟଣାଗଡ : ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ରୋଗୀ ଆସୁଥିବା ବେଳେ ଦୁର୍ଘଟଣା ଘଟି ରୋଗୀ ଓ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଥିବା ନେଇ ବୁଧବାର ଖବର ମିଳିଛି। ବଲାଙ୍ଗିର ଜିଲା ପାଟଣାଗଡ ବ୍ଲକ ଝୁଲେନବର ନିକଟରେ ଏହି ସଡକ ଦୁର୍ଘଟଣା ଘଟିଛି।
ଭାରସାମ୍ୟ ହରାଇ ଗଛରେ ଆମ୍ବୁଲାନ୍ସ ପିଟି ହୋଇ ରୋଗୀ ଓ ତାଙ୍କ ସଂପର୍କୀୟଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଚାଳକ ଫେରାର ହୋଇଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳି ପାରି ନାହିଁ। ପଦ୍ମପୁର ପଟୁ ରୋଗୀଙ୍କୁ ନେଇ ଆମ୍ବୁଲାନ୍ସଟି ପାଟଣାଗଡ ଆସୁଥିବା କୁହାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଥିବା ଜଣାପଡିଛି।
ଗଛରେ ପିଟି ହେଲା ଆମ୍ବୁଲାନ୍ସ, ରୋଗୀ ଓ ସଂପର୍କୀୟ ମୃତ
Popular Categories



