www.samajalive.in
Saturday, December 6, 2025
26.1 C
Bhubaneswar

ଇଲେକଟ୍ରନିକ ଯାନ ପାଇଁ ଲାଗୁ ହେବନାହିଁ ରେଜିଷ୍ଟ୍ରେସନ ଦେୟ

ନୂଆଦିଲ୍ଲୀ: ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ସଂପ୍ରତି ଯଥାସମ୍ଭବ ପେଟ୍ରୋଲିୟମ ଇନ୍ଧନ ବ୍ୟବହାର କମ୍‍ କରିବାକୁ ପ୍ରୟାସ ଚାଲିଛି। ସେଥିପାଇଁ ଦେଶରେ ଇଲେକଟ୍ରିକ ଯାନ ବ୍ୟବହାରକୁ ପ୍ରୋତ୍ସାହିତ କରାଯାଉଛି। ଜନସାଧାରଣଙ୍କୁ ଇଲେକଟ୍ରିକ ଯାନ ବ୍ୟବହାର ଦିଗରେ ଉତ୍ସାହିତ କରିବାକୁ ସରକାର ଏହି ଯାନଗୁଡିକ ନିମନ୍ତେ ରେଜିଷ୍ଟ୍ରେସନ ଦେୟ ଛାଡ କରିବା ସମ୍ପର୍କରେ ବିଚାର କରାଯାଉଛି। ସରକାରଙ୍କର ଏଭଳି ପଦକ୍ଷେପ ଦେଶରେ ଇଲେକଟ୍ରିକ ଯାନର ପ୍ରସାରକୁ ଉତ୍ସାହିତ କରିବା ଆଶା କରାଯାଉଛି। କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ରେଜିଷ୍ଟ୍ରେସନ ଦେୟ ଛାଡ ସକାଶେ ପ୍ରସ୍ତାବ ଦିଆଯାଇଛି। କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ର ଧାରା ୮୧ ଅନୁଯାୟୀ ଭାରତରେ ଯାନବାହନ ପଞ୍ଜିକରଣ ଦେୟ ପରିମାଣ ୩୦୦ ଟଙ୍କାରୁ ୧୫୦୦ ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି। ସଡକ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବରେ କୁହାଯାଇଛି ଯେ ବ୍ୟାଟେରୀ ଚାଳିତ ଯାନ (ବିଓଭି)ଗୁଡିକୁ ପଞ୍ଜିକରଣ ପ୍ରମାଣପତ୍ର ହାସଲ ଅଥବା ସେଗୁଡିକର ନବିକରଣ କରିବା କିମ୍ବା ସେହି ଗାଡିଗୁଡିକୁ ନୂଆ ପଞ୍ଜିକରଣ ନମ୍ବର ପ୍ରଦାନ ବାବଦ ଦେୟ ଛାଡ କରାଯିବା ଆବଶ୍ୟକ। ଟାଟା ମୋଟର୍ସ, ହୁଣ୍ଡାଇ ଏବଂ ଏମଜି ଭଳି ଯାନବାହନ ଉତ୍ପାଦନକାରୀ କମ୍ପାନୀଗୁଡିକ ଦେଶରେ ଇଲେକଟ୍ରିକ ଯାନ ପ୍ରଚଳନ କରିସାରିଛନ୍ତି। ଅନ୍ୟ କମ୍ପାନୀଗୁଡିକ ମଧ୍ୟ ଅନୁରୂପ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କିଛି ଆଗୁଆ ସ୍ଥିତିରେ ପହଞ୍ଚିଛନ୍ତି। ଦେଶରେ ସଂପ୍ରତି ଇଲେକଟ୍ରିକ ଦୁଇଚକିଆ ଯାନ ବଜାର ଅଭିବୃଦ୍ଧି ପଥରେ ଆଗେଇ ଚାଲିଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories