www.samajalive.in
Saturday, December 6, 2025
14.1 C
Bhubaneswar

ନେହରୁ ଓ ଜବାହାର ଇନଷ୍ଟିଚ୍ୟୁଟର ଏଭରେଷ୍ଟ ଆରୋହଣ

ଉତ୍ତରକାଶୀ (ଉତ୍ତରାଖଣ୍ଡ): ନେହରୁ ଇନଷ୍ଟିଚ୍ୟୁଟ ଅଫ ମାଉଣ୍ଟେନିଅରିଂ (ଏନଆଇଏମ) ଏବଂ ଜବାହାର ଇନଷ୍ଟିଚ୍ୟୁଟ ଅଫ ମାଉଣ୍ଟେନିଅରିଂ (ଜେଆଇଏମ) ପହଲଗାଓଁ ପକ୍ଷରୁ ମିଳିତ ଭାବରେ ଏଭରେଷ୍ଟ ଆରୋହଣ କରାଯାଇଛି। ମଙ୍ଗଳବାର ସକାଳେ ଏହି ଦୁଇ ପ୍ରତିଷ୍ଠାନର ଅଭିଯାତ୍ରୀ ଦଳ ମିଳିତ ଭାବରେ ଏଭରେଷ୍ଟ ଶୃଙ୍ଗକୁ ସଫଳତାର ସହିତ ଆରୋହଣ କରିଥିଲେ। ସୂଚନାଯୋଗ୍ୟ ଯେ ପ୍ରଥମ ଥର ପାଇଁ ଏହି ଦୁଇ ପ୍ରତିଷ୍ଠାନ ପକ୍ଷରୁ ଏଭଳି ଅଭିଯାନ ମିଳିତ ଭାବରେ ହାତକୁ ନିଆଯାଇଥିଲା। ଅଭିଯାତ୍ରୀ ଦଳ ଦିଲ୍ଲୀରୁ ଏପ୍ରିଲରୁ ୧ ତାରିଖରେ ସେମାନଙ୍କର ଅଭିଯାନ ଆରମ୍ଭ କରି ଖୁମ୍ବୁସ୍ଥିତ ଏଭରେଷ୍ଟ ମୂଳ ଶିବିରରେ ଏପ୍ରିଲ ୧୨ ତାରିଖରେ ପହଞ୍ଚିଥିଲେ। ପରେ ସେମାନେ ହିମାଳୟ ଆରୋହଣ ଆରମ୍ଭ କରି ମଇ ୩୦ରେ ଶୃଙ୍ଗ ଚଢିବା ଆରମ୍ଭ କରିଥିଲେ। ଜେଆଇଏମ ଅଧ୍ୟକ୍ଷ କର୍ଣ୍ଣେଲ ଆଇ ଏସ ଥାପାଙ୍କ ନେତୃତ୍ୱରେ ଏହି ଅଭିଯାତ୍ରୀ ଦଳ ଭୋର ୬.୨୦ରେ ଶୃଙ୍ଗ ଆରୋହଣ କରିଥିଲେ। ଦଳରେ ଏନଆଇଏମ୍‍ ଅଧ୍ୟକ୍ଷ କର୍ଣ୍ଣେଲ ଅମିତ ବିଷ୍ଟ ମଧ୍ୟ ସାମିଲ ଥିଲେ। ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଦୀପ ସାହି, ଅନିଲ ଚୋଧରୀ, ଇକବଲ ଖାଁ, ଚନ୍ଦନ ନେଗି ଏବଂ ମେହଫୁଜ ଇଲାହି, ଉନିୟାଲ ପ୍ରମୁଖ ମଧ୍ୟ ସାମିଲ ଥିବା ଜଣାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories