ଗଜପତି : ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ନାରିଙ୍ଗିଘାଟିରେ ଶନିବାର ବିଳମ୍ବିତ ରାତିରେ ଏକ କୋଭିଡ୍ ଭ୍ୟାନ ଓଲଟି ପଡ଼ିଛି। ଦୁର୍ଘଟଣାରେ ଭ୍ୟାନର ଚାଳକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁରସ୍ଥିତ ଏମକେସିଜିରେ ଭର୍ତି କରାଯାଇଥିବା ଜଣାପଡ଼ିଛି।
ସୂଚନା ଯୋଗ୍ୟ, ଗତକାଲି କୋଭିଡ଼୍ ଭ୍ୟାନଟି ଚାନ୍ଦିପୁଟର ୨ ଜଣ କରୋନା ଆକ୍ରାନ୍ତଙ୍କୁ ନେଇ ପାରଳାଖେମୁଣ୍ଡି କୋଭିଡ଼ ହସ୍ପିଟାଲରେ ଛାଡ଼ି ମୋହନା ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।
ନାରିଙ୍ଗିଘାଟିରେ କୋଭିଡ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ; ଚାଳକ ଗୁରୁତର
Popular Categories



