www.samajalive.in
Saturday, December 6, 2025
26.1 C
Bhubaneswar

ଗଞ୍ଜାମରେ ବଢିଲା ଲକ୍ ଡାଉନ୍ କଟକଣା, ଜୁନ୍ ୩୦ ଯାଏଁ ବସ୍, କାର ଓ ଅଟୋ ଚଳାଚଳ ବନ୍ଦ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆଜିଠୁ ଜୁନ୍ ୩୦ ଯାଏଁ ଲକଡାଉନ କଟକଣାକୁ ଆହୁରି କଡାକଡି କରିଛନ୍ତି ଜିଲ୍ଲା ପ୍ରଶାସନ । ଜୁନ୍ ୩୦ ଯାଏଁ ଜିଲ୍ଲାରେ ସକାଳ ୭ ରୁ ଦିନ ୧୨ ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ, ମେଡିକାଲ ସେବା, ଔଷଧ ଦୋକାନ ଖୋଲା ରହିବ ଦୋକାନ ଖୋଲାରହିବ । ଏଥି ସହିତ ଜୁନ୍ ୩୦ ଯାଏଁ ଜିଲ୍ଲାରେ ଯାତ୍ରୀବାହୀ ଗାଡି ଯଥା ବସ୍, ଅଟୋ ଓ କାର ଚଳାଚଳ ବନ୍ଦ ରଖାଯିବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।


ଦିନ ୧୨ ଟା ପରେ କେହି ଘରୁ ନ ବାହାରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଜୁନ୍ ୩୦ ଯାଏଁ କଡାକଡି କରାଯାଇଥିବା କଟକଣା ମଧ୍ୟରେ କୃଷି କାର୍ଯ୍ୟ ଏବଂ ମନରେଗା କାମ କରାଯାଇ ପାରିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏଥି ସହିତ ଶନିବାର ଓ ରବିବାର ପୂର୍ବ ଘୋଷଣା ଅନୁସାରେ ସଟ୍‌ଡାଉନ୍‌‌ ରହିବ। ଏହାସହ ରାତି ୭ଟାରୁ ସକାଳ ୭ଟା ପର୍ୟ୍ୟନ୍ତ କର୍ଫ୍ୟୁ ମଧ୍ୟ ବଳବତ୍ତର ରହିବ।

- Advertisement -


ଜୁନ୍ ୩୦ ଯାଏଁ ଦିନ ୧୨ଟା ପରେ କେହି ଘରୁ ବାହାରି ପାରିବେ ନାହିଁ। ଯିଏ ବି ବାହାରିବେ ସେମାନଙ୍କ ପାଖରେ ପାସ୍‌ ଥିବା ଆବଶ୍ୟକ। ଚଳିତ ଥର କଡ଼ାକଡ଼ି ଭାବେ କଟକଣା ଲାଗୁ କରାଯାଇଛି। ଯେଉଁମାନେ ବି ଏହି ନିୟମ ଉଲଘଂନ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories