www.samajalive.in
Saturday, December 6, 2025
14.1 C
Bhubaneswar

ବାଇକ ଦୁର୍ଘଟଣା ଆହତଙ୍କ ମୃତ୍ୟୁ

ଆଠଗଡ :  ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଚମ୍ପାପୁର ଛକଠାରେ ରବିବାର ଘଟିଥିବା ବାଇକ ଦୁର୍ଘଟଣାର ୨ଜଣ ଆହତଙ୍କ ମଧ୍ୟରୁ ଜଣେ ଆହତ କଟକରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ରବିବାର ରାତିରେ ଘଣ୍ଟିଖାଲରୁ ବାଇକରେ ଆସୁଥିବା ମଞ୍ଜାରୀପଦା ଗ୍ରାମର ବିକାଶ ରାଉତ(୩୪) ଓ ଶ୍ରୀକାନ୍ତ ସାହୁ (୪୦) ରାସ୍ତା କଡରେ ଠିଆ ହୋଇଥିବା ଏକ ଅଟୋକୁ ଧକ୍କା ଦେଇଥିଲେ। ଏଥିରେ ଉଭୟ ବାଇକ ଆରୋହୀ ଗୁରୁତ୍ୱର ଆହତ ହୋଇ ଥିବାବେଳେ ସେମାନଙ୍କୁ ମାଧବପୁରସ୍ଥିତ ଜିମସାର ଆମ୍ବୁଲାନ୍ସରେ ଆଠଗଡ ଡାକ୍ତରଖାନାକୁ ଅଣାଯାଇଥିଲା । ଅବସ୍ଥା ଗୁରୁତ୍ୱର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ବାଇକ ଆରୋହୀ ମଞ୍ଜାରୀପଦାର ଶ୍ରୀକାନ୍ତ ସାହୁ (୪୦)ଙ୍କର ସୋମବାର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ମଙ୍ଗଳାବାଗ ପୁଲିସ ମୃତ ଦେହ ବ୍ୟବଚ୍ଛେଦ କରାଇବା ସହ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories