www.samajalive.in
Sunday, December 7, 2025
23.1 C
Bhubaneswar

ମର୍ମନ୍ତୁଦ ଦୁର୍ଘଟଣା ; କାର କଣ୍ଟେନର ଧକ୍କା , ୫ ଜୀବନ୍ତ ଦଗ୍ଧ

ଆଗ୍ରା : ଉତ୍ତରପ୍ରଦେଶର ଆଗ୍ରାରେ ମଙ୍ଗଳବାର ସକାଳ ସମୟରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି। ୟମୁନା ଏକ୍ସପ୍ରେସରେ କଣ୍ଟେନର ସହ ଏକ କାର ଧକ୍କା ହେବା ଫଳରେ ୫ ଜଣ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁ ହୋଇଥିବା ନେଇ ଜଣାପଡ଼ିଛି। କଣ୍ଟେନରଟି ଭୁଲ ଦିଗରେ ଆସିଥିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି। ମୃତକମାନେ ଲକ୍ଷେ୍ନøର ହୋଇଥିବା ବେଳେ ସେମାନେ ଦିଲ୍ଲୀ ଯାଉଥିଲେ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ଭୋର ୪ଟା ସମୟରେ ଘଟିଛି। ଉକ୍ତ କାରଟି ଆଗ୍ରାରୁ ଦିଲ୍ଲୀ ଯାଉଥିବା ବେଳେ ଭୁଲ ଦିଗରେ କଣ୍ଟେନରଟି ଆସିଯିବା ଫଳରେ ଦୁର୍ଘଟଣା ଘଟିଛି। କଣ୍ଟେନରର ଡ଼ିଜେଲ ଟ୍ୟାଙ୍କରେ କାର ଧକ୍କା ହେବା କାରଣରୁ କାରରେ ତୁରନ୍ତ ନିଆଁ ଲାଗି ଯାଇଥିଲା। କାରରେ ହଠାତ ଓ ଜୋରରେ ନିଆଁ ଲାଗି ଯିବାରୁ କାର ଭିତରେ ଥିବା ଲୋକେ ବାହାରକୁ ଆସିବାକୁ ସୁଯୋଗ ପାଇନଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ସଭିଏଁ ନିଆଁରେ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ମୃତକଙ୍କ ମଧ୍ୟରେ ଏକ ଶିଶୁ, ଜଣେ ମହିଳା ଓ ୩ ଜଣ ପୁରୁଷ ବୋଲି ସୂଚନା ମିଳିଛି।

 

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories