ରୁଙ୍ଗଟା କାରଖାନାରେ ଅଘଟଣ, ଶ୍ରମିକ ଗୁରୁତର

ସମାଜ ଡିଜିଟାଲ ଡେସ୍କ: ଢେଙ୍କାନାଳ ଜିଲା ଝାଡ଼ବନ୍ଧସ୍ଥିତ ରୁଙ୍ଗଟା ମାଇନ୍ସ କାରଖାନାରେ ପୁଣି ଅଘଟଣ ଘଟିଛି। କୋଇଲା ଅନଲୋଡିଂ କନଭେୟର ବେଲ୍ଟରେ ଚାପି ହୋଇ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଆହତ ଶ୍ରମିକ ଜଣକ ହେଲେ ଡୁନା ସାହୁ ଏବଂ ତାଙ୍କ ଘର ଓଡ଼ାପଡ଼ା ବ୍ଲକର ଗୁରୁଡିହି ଗ୍ରାମରେ। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ କାରଖାନା ମୁଖ୍ୟ ଫାଟକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦେଇଛନ୍ତି।
Comments are closed.