www.samajalive.in
Saturday, December 6, 2025
14.1 C
Bhubaneswar

ବରମୁଣ୍ଡା ଓଭରବ୍ରିଜ୍‌ରେ ମର୍ମନ୍ତୁଦ ଦୁର୍ଘଟଣା : ୪ ଘଣ୍ଟାର ଅପରେସନ,କ୍ୟାବିନ୍‌ କାଟି ଚାଳକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଭୁବନେଶ୍ୱର : ବରମୁଣ୍ଡା ଓଭରବ୍ରିଜ୍‌ ଉପରେ ବୁଧବାର ଅପରାହ୍ଣରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରଲର ପଛପଟେ ମାଲବାହୀ ଟ୍ରକ୍‌ ପିଟି ହେବା ଯୋଗୁଁ ଟ୍ରକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଟ୍ରକ୍‌ର କ୍ୟାବିନ ସହ ଚାଳକ ଚାପି ହୋଇଯାଇଥିଲେ। ଗୁରୁତର ଆହତ ଚାଳକଙ୍କୁ ଉଦ୍ଧାର କରିବାକୁ ଅଗ୍ନଶମ ବିଭାଗ ମୁତୟନ ହୋଇଥିଲେ। ପ୍ରାୟ ୪ ଘଣ୍ଟା ପରେ ଅଗ୍ନିଶମ ବିଭାଗ ଟ୍ରକ୍‌ର କ୍ୟାବିନ କାଟି ଆହତ ଚାଳକଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଚାଳକଙ୍କ ମୃତ୍ୟୁ ଘଟିଥିଲା। ମୃତ ଚାଳକ ହେଲେ ଆନ୍ଧ୍ର ପ୍ରଦେଶର ଫାରୁକ (୪୦)। ଦୁର୍ଘଟଣାସ୍ଥଳରୁ ଟ୍ରକ୍‌ରେ ଥିବା ହେଲ୍‌ପର ଡେଇଁ ଫେରାର ହୋଇଯାଇଛି। ନୂଆପଲ୍ଲୀ ପୁଲିସ ମୃତଦେହ ଜବତ କରି ଏକ ମାମଲା ରୁଜୁକରି ଶବ ସଂରକ୍ଷଣ ଗୃହରେ ସାଇତି ରଖିଛି। ଆସନ୍ତାକାଲି ଚାଳକଙ୍କ ଶବ ବ୍ୟବଚ୍ଛେଦ ହେବ। ପୁଲିସ ଘଟଣାସ୍ଥଳରୁ ଗାଡ଼ି ଦୁଇଟିକୁ ଜବତ କରିଛି। ଦୁର୍ଘଟଣାସ୍ଥଳରେ ଲୋକେ ରୁଣ୍ଡ ହୋଇଯିବାରୁ ଟ୍ରାଫିକ୍‌ ଜାମ୍‌ ହୋଇଥିଲା। ପରେ ପୁଲିସ ଘଟଣାସ୍ଥଳରୁ ଲୋକଙ୍କୁ ହଟାଇ ଟ୍ରାଫିକ୍‌ ନିୟନ୍ତ୍ରଣ କରିଥିଲା।

ସୂଚନାଯୋଗ୍ୟ, ଖୋର୍ଦ୍ଧାରୁ କଟକ ଅଭିମୁଖେ ଏକ କୋଇଲା ବୋଝେଇ ଟ୍ରକ୍‌ ଯାଉଥିଲା। ଓଭରବ୍ରିଜ୍‌ ଉପରେ ଲୁହାଖୁଣ୍ଟ ବୋଝେଇ ଏକ ଟ୍ରଲର ଖରାପ ହେବା ଯୋଗୁଁ ସେଠାରେ ଅଟକି ରହିଥିଲା। ପଛରୁ ଆସୁଥିବା କୋଇଲା ବୋଝେଇ ଟ୍ରକ୍‌ଟି ନିୟନ୍ତ୍ରଣ ହରାଇ ଟ୍ରଲର ପଛରେ ପଟି ହୋଇଥିଲା। ଫଳରେ ଟ୍ରକ୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହେବା ସହ କ୍ୟାବିନ୍‌ ଚାପି ହୋଇଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି କ୍ରେନ୍‌ ଲଗାଇ ଟ୍ରଲରକୁ ଅଲଗା କରିବାକୁ ଚେଷ୍ଟା କରିଥିଲେ। ହେଲେ ତାହା ସମ୍ଭବ ନହେବାରୁ କ୍ୟାବିନ୍‌କୁ କଟର ସାହଯ୍ୟରେ କାଟିବାକୁ ପଡ଼ିଥିଲା। ଭିତରେ ଚାଳକ ଜଣଙ୍କ ଚାପି ରହିଥିଲେ। ଅଗ୍ନିଶମ ବିଭାଗ ଅତି ସତର୍କତାର ସହ କ୍ୟାବିନ୍‌ କାଟି ଚାଳକଙ୍କୁ ଉଦ୍ଧାର କରିଥିଲେ ହେଁ ହସ୍ପିଟାଲ ନେବା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories