www.samajalive.in
Saturday, December 6, 2025
26.1 C
Bhubaneswar

ଗୃହବନ୍ଦୀରୁ ମୁକ୍ତ ହେବାର ଦିନକ ପରେ ଫାରୁକ ଏବଂ ଓମାରଙ୍କୁ ଭେଟିଲେ ମେହବୁବା, କହିଲେ ଧାରା ୩୭୦ ଉଚ୍ଛେଦ ବିରୋଧରେ ଜାରି ରହିବ ସଂଗ୍ରାମ

ଶ୍ରୀନଗର: ଜାମ୍ମୁକାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ମଙ୍ଗଳବାର ଗୃହ ବନ୍ଦୀରୁ ମୁକ୍ତ ହୋଇଛନ୍ତି । ମୁକ୍ତ ହେବାର ଗୋଟିଏ ଦିନ ପରେ ଅର୍ଥାତ ବୁଧବାର  ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଶ୍ରୀନଗରରେ ଥିବା ତାଙ୍କ ବାସଭବନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଏବଂ ଓମାର ଅବଦୁଲ୍ଲାଙ୍କୁ ଭେଟିଛନ୍ତି। ଏନେଇ ଓମାର ଟ୍ବିଟ୍ ସୂଚନା ଦେଇଛନ୍ତି । ସେ ଟ୍ବିଟ କରି କହିଛନ୍ତି, ‘ମୋ ପିତା ଏବଂ ମୁଁ ଆଜି ଅପରାହ୍ନରେ ମେହବୁବା ମୁଫତି ସାହିବାଙ୍କୁ ସାକ୍ଷାତ କରିଛୁ’।

ଅନ୍ୟପକ୍ଷେ ଦିର୍ଘ ୧୪ ମାସ ପରେ ଗୃହ ବନ୍ଦୀରୁ ମୁକ୍ତ ହେବାପରେ ମେହବୁବା ତାଙ୍କ ଟ୍ବିଟରରେ ନିଜର ବିବୃତ୍ତି ଜାରି କରି ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପାଇଁ ସଂଗ୍ରାମ ଜାରି ରହିବ ବୋଲି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଗତ ବର୍ଷ ଅଗଷ୍ଟ ମାସ ୫ ତାରିଖ ଯେଉଁଦିନ ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରାଗଲା ତାହା ଏକ କଳା ଦିବସରେ କଳା ନିଷ୍ପତ୍ତି ଅଟେ । ଅଗଷ୍ଟ ୫ ର ଅନ୍ଧକାର ଦିନର ଅନ୍ଧକାର ବିଚାର ସବୁବେଳେ ମୋ ହୃଦୟ ଏବଂ ପ୍ରାଣକୁ ପ୍ରତି ମୁହୂର୍ତ୍ତରେ ଆଘାତ କରୁଛି । ଜମ୍ମୁ-କଶ୍ମୀରବାସୀଙ୍କର ମଧ୍ୟ ସମାନ ଅବସ୍ଥା ହୋଇଛି । ସେହି ଦିନର ଅନ୍ଧକାର ଦିନର ଅନ୍ଧକାର ବିଚାରକୁ କେହି ଭୁଲି ପାରିବେ ନାହିଁ ।

- Advertisement -

ଏଥି ସହିତ ମେହବୁବା କହିଛନ୍ତି ଯେ ଜମ୍ମୁ-କଶ୍ମୀରବାସୀଙ୍କୁ ଏକ ସଙ୍କଳ୍ପ ନେବାକୁ ପଡିବ ଯେ ଅଗଷ୍ଟ ୫ ତାରିଖରେ ଦିଲ୍ଲୀରେ ବସି ଯେପରି ଅନ୍ଧକାର ବିଚାର କରି ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି ଏହାକୁ ପୁଣିଥରେ ଲାଗୁ କରିବା । ଏହି ରାସ୍ତା ନିଶ୍ଚିତ ଭାବରେ ସହଜ ନୁହେଁ, କିନ୍ତୁ ଏଥିପାଇଁ ସଂଗ୍ରାମ ଜାରି ରଖିବାକୁ ପଡିବ ବୋଲି ମେହବୁବା କହିଛନ୍ତି ।

ସୂଚନାଯୋଗ୍ୟ ଗତବର୍ଷ ଅଗଷ୍ଟ ମାସ ୫ ତାରିଖରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ତାଙ୍କୁ ଗୃହବନ୍ଦୀ କରି ରଖା ଯାଇଥିଲା । ଏହା ପୂର୍ବରୁ ନଜରବନ୍ଦୀ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଓ ତାଙ୍କ ପୁଅତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କୁ ମୁକ୍ତ କରାଯାଇଛି ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories