www.samajalive.in
Monday, December 8, 2025
13.1 C
Bhubaneswar

ଅସହାୟ ମହିଳାଙ୍କ ସାହାରା ସୁଚିତ୍ରା : ପଟ୍ଟଚିତ୍ର ମାସ୍କ ଦେଇଛି ରୋଜଗାର

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ନିଜ ପରିବାର ଚଳାଇବା ପାଇଁ ସଂଘର୍ଷ କରୁଥିବାବେଳେ ଅନ୍ୟ ମହିଳାଙ୍କୁ ଆଶ୍ରୟର ହାତ ବଢ଼ାଇଛନ୍ତି ସେ। ଏମିତି କି ସେମାନଙ୍କ ରହିବା ଓ ଖାଇବାର ସୁବିଧା କରିଛନ୍ତି। ଲକ୍‌ଡାଉନ୍‌ ସମୟରେ କାମ ବନ୍ଦ ଥିବାରୁ ପରିବାର ଚଳାଇବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଥିଲା। ଏହି ସମୟରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ସାହାଯ୍ୟର ହାତ ବଢ଼ାଇଥିଲେ ରାଜଧାନୀର ସୁଚିତ୍ରା ଦାସ। କରୋନା ସଂକ୍ରମଣ ବେଳେ ମାସ୍କ ଏକ ଜରୁରୀ ବ୍ୟବହାର୍ଯ୍ୟ ସାମଗ୍ରୀ ହୋଇଯାଇଛି। ମାସ୍କ ପ୍ରସ୍ତୁତ କରି ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ ସେ। ତାଙ୍କ ମାସ୍କର ବିେଶଷତ୍ବ ହେଉଛି ଏଥିରେ ରହିଛି ଓଡ଼ିଆ ପାରମ୍ପରିକ ପଟ୍ଟଚିତ୍ରର ଝଲକ।

ଭୁବନେଶ୍ବରର ବଶିଷ୍ଟ ନଗରରେ ରୁହନ୍ତି ସୁଚିତ୍ରା। ଜୀବନ‌େ‌ର ବହୁ ଦୁଃଖ ଓ ସମସ୍ୟା ଦେଇ ଗତି କରିବା ପରେ ବର୍ତ୍ତମାନ ପରିସ୍ଥିତି​ରେ ସୁଧାର ଆସିଛି। ସଂଘର୍ଷକୁ ଅତି ପାଖରୁ ଦେଖିଥିବାରୁ ଅନ୍ୟର ଦୁଃଖ ଜାଣିବା ତାଙ୍କ ପାଇଁ ସହଜ ହୋଇଯାଇଥିଲା। ସେଥିପାଇଁ ଅଭାବ, ଅନଟନ ଓ ଅସୁବିଧା ଦେଇ ଗତି କରୁଥିବା ମହିଳାଙ୍କୁ ସାହାଯ୍ୟ କରିବାକୁ ହାତ ବଢ଼ାଇଛନ୍ତି। ଏଥିରେ ତାଙ୍କ ସ୍ବାମୀ ସଚ୍ଚିକାନ୍ତଙ୍କ ବହୁ ସହଯୋଗ ରହିଛି। ମହିଳାଙ୍କର ସବୁ ସମସ୍ୟା ଜାଣିବା ପରେ ତାଙ୍କୁ ମାସ୍କ ତିଆରି କରିବା ତାଲିମ ଦେଉଛନ୍ତି।

- Advertisement -

ତାଙ୍କ ୱାର୍କସପ୍‌ରେ ୩୦ରୁ ଅଧିକ ମହିଳାଙ୍କୁ ରୋଜଗାରକ୍ଷମ କରିବାରେ ସହଯୋଗ କରୁଛନ୍ତି। କେବଳ ମହିଳା ନୁହେଁ ବରଂ ପୁରୁଷଙ୍କୁ ମଧ୍ୟ ରୋଜଗାର ଯୋଗାଇ ଦେଇଛନ୍ତି। ସେମାନେ କପଡ଼ା କାଟିବାଠାରୁ ଆରମ୍ଭ କରି ପ୍ରିଣ୍ଟ କରୁଥିବା ଦେଖିବାକୁ ମିଳିଛି। ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ସେ ପଟ୍ଟଚିତ୍ର, ଆଦିବାସୀ ଓ ହସ୍ତଶିଳ୍ପ ମାସ୍କ କରୁଛନ୍ତି। ସେଥିରୁ ଯାହା ରୋଜଗାର ହେଉଛି ନିଜ ପରିବାର ଚଳାଇବା ସହିତ ସେମାନଙ୍କ କଥା ବୁଝୁଛନ୍ତି। ଲୋକମାନେ ପଟ୍ଟଚିତ୍ର ମାସ୍କ ପିନ୍ଧିବାକୁ ବେଶ୍‌ ପସନ୍ଦ କରୁଛନ୍ତି। ପ୍ରତ୍ୟେକ ଦିନ ୨୦୦ରୁ ଅଧିକ ମାସ୍କ ତିଆରି ହେଉଛି। ୩୦ଟଙ୍କାରୁ ୨୫୦ ଟଙ୍କା ପର୍ଯ୍ୟନ୍ତ ମାସ୍କ ବିକ୍ରି କରାଯାଉଛି। ମାସ୍କରେ ଜଗନ୍ନାଥ ସଂସ୍କୃତି, ରାସଲୀଳା, ଆଦିବାସୀ, ସମ୍ବଲପୁରୀ ଭଳି ବହୁ ପ୍ରକାରର ମାସ୍କ ତିଆରି କରାଯାଉଛି। ଓଡ଼ିଶାର କଳାକୃତିକୁ ବଞ୍ଚାଇ ରଖିବାର ପ୍ରୟାସ କରୁଛନ୍ତି ସୁଚିତ୍ରା।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories