ଆନନ୍ଦପୁର ସଡକ ଦୁର୍ଘଟଣାରେ ୪ମୃତ

0

କେନ୍ଦୁଝର: କେନ୍ଦୁଝର ଜିଲା ଆନନ୍ଦପୁର ଠାରେ ସଡକ ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ଶନିବାର ସକାଳ ପ୍ରାୟ ୬ଟା ସମୟରେ କରଞ୍ଜିଆ-ଆନନ୍ଦପୁର ରାସ୍ତାର ବାଙ୍ଖିଡି ଠାରେ ଏକ କାର ଗଛରେ ପିଟି ହୋଇଯାଇଥିଲା। କାରଟି ଠାକୁରମୁଣ୍ଡାରୁ ଆନନ୍ଦପୁରକୁ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପରେ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Leave A Reply