www.samajalive.in
Monday, December 15, 2025
15.1 C
Bhubaneswar

୫୦ ଫୁଟ୍ ତଳକୁ ଖସିଲା ମ୍ୟାକ୍ସ ପିକଅପ୍,  ଜଣେ ମୃତ ଜଣେ ଗୁରୁତର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜଗନ୍ନାଥ ସଡକ ଦେଇ ଏକ ଧାନ ବୋଝଇ ପିକଅପ  ଭ୍ୟାନ ମିଲକୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ ହାଟଗାଁ ସେତୁ ତଳକୁ ଖସିପଡିଥିଲା। ଘଟଣାସ୍ଥଳରେ ଆଠମଲ୍ଲିକ ଥାନା ବଡ଼ବନ୍ଧ ଗ୍ରାମର ଟୁନା ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି। ଡ୍ରାଇଭର ଫେରାର ଥିବା ଜଣାପଡିଛି।

ସୂଚନା ଅନୁସାରେ ଏକ ଏକ ଧାନ ବୋଝଇ ପିକଅପ୍  ଭ୍ୟାନ ଆଠମଲ୍ଲିକରୁ ପୁରୁଣାକଟକ ଆସୁଥିବା ସମୟରେ ଭାରସାମ୍ୟ ହରାଇ ହାଟଗାଁ ସେତୁ ତଳକୁ ଖସିପଡିଥିଲା। ଏଥିରେ ପିକଅପରେ ବସିଥିବା ଅନଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅଇଡ଼ା ପଞ୍ଚାୟତ ବଡ଼ବନ୍ଧ ଗ୍ରାମର ଟୁନା ସାହୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତରଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି। ବୌଦ୍ଧ ପୁଲିସ ଘଟଣା ସ୍ଥଳରେ ପହଂଚି ଗାଡି ଓ ଶବ ଜବଦ କରିବା ସହ ତଦନ୍ତ ଚଳାଇଛି। ଅନ୍ୟପଟେ ଫେରାର ଥିବା ଡ୍ରାଇଭରଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ଗାଡ଼ି ସ୍ପିଡ଼ି ଥିଲା ଚାନ୍ଦା ମାଗୁଥିବାରୁ ବ୍ରେକ ଜୋରରେ ମାରିବା ଫଳରେ ଗାଡ଼ି ପୋଲ ତଳକୁ ଭାରସାମ୍ୟ ହରାଇ ଖସିପଡ଼ିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories