ଘରୋଇ ବସ୍‌ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲା ୩୦ ଯାତ୍ରୀଙ୍କ ଜୀବନ

ଲକ୍ଷ୍ମୀପୁର/ଦାମନଯୋଡି/କାକିରିଗୁମ୍ମା : କୋରାପୁଟ ଜିଲା ଜୟପୁରରୁ ବଡ଼ମ୍ବା ନରସିଂହପୁରକୁ ଯାଉଥିବା ରଘୁନାଥ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ କାକିରିଗୁମା ଥାନା ମରିଚମାଳ ନିକଟ ନାଳ କଡ଼କୁ ଓଲଟି ପଡିଛି । ତେବେ ବସ୍‌ରେ ଥିବା ଯାତ୍ରୀଙ୍କ କୌଣସି କ୍ଷତି ହୋଇ ନ ଥିବା ଜଣାପଡିଛି । ବସ୍‌ଟି ଜୟପୁରରୁ ବାହାରି କୋରାପୁଟ, ସୁନାବେଡା, ଦାମନଯୋଡ଼ି, ଲକ୍ଷ୍ମୀପୁର, ରାୟଗଡ଼ା, ନୟାଗଡ଼ ହୋଇ ନରସିଂହପୁର ଯିବା ସମୟରେ କାକିରିଗୁମ୍ମା ମରିଚମାଳ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିବା ଦେଖିବାକୁ ମିଳିଛି। ଏଥିରେ ପାଖାପାଖି ୩୦ ଯାତ୍ରୀ ଥିଲେ। ହେଲେ କୌଣସି ଯାତ୍ରୀ ଏଥିରେ ମୃତାହତ ହୋଇ ନ ଥିବା କାକିରିଗୁମ୍ମା ଥାନା ଅଧିକାରୀ ଦାମୋଦର ବିହାରୀ ପ୍ରକାଶ କରିଛନ୍ତି । ସ୍ଥାନୀୟ ପୁଲିସ ସହିତ ଅଗ୍ନିଶମ ବିଭାଗର ଆଗ୍ନିକମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ । ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି ।

kalyan agarbati

Comments are closed.