କଣ୍ଟାବାଞ୍ଜି : ତୁରେକେଲା ରାସ୍ତା ଖୁଟଲୁମୁଣ୍ଡା ମୁଣ୍ଡା ଛକ ନିକଟରେ ବାଇକ ସହ ଜଣେ ଯୁବକ ପଡ଼ିଥିବା, ଖବର ପାଇ କଣ୍ଟାବାଞ୍ଜି ପୁଲିସ ଘଟଣା ସ୍ଥଳରୁ ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିବା ବେଳେ, କାର୍ଯ୍ୟରତ ଡାକ୍ତର ମୃତ ଘୋଷଣା କରିଥିଲେ। ଯୁବକ କୁଇବାହାଲ ଗ୍ରାମର ଗଗନେସ ମାଝି (୨୦) ବୋଲି ପିତା ରାମଦାସ ମାଝି ସୂଚନା ଦେଇଛନ୍ତି। ମୃତ ଦେହକୁ ଡାକ୍ତରଖାନା ଫ୍ରିଜରରେ ରଖାଯାଇଛି। ସୋମବାର ସକାଳେ ଶବ ବ୍ୟବଛେଦ କରାଯିବ ବୋଲି କଣ୍ଟାବାଞ୍ଜି ପୁଲିସ ସୂତ୍ରରୁ ଜଣାପଡିଛି। ମୃତ ଯୁବକ ହାଇଦ୍ରାବାଦରେ ଦାଦନ ଶ୍ରମିକ ଭାବେ ଇଟା ଭାଟିରେ କାମ କରିସାରି ୨/୩ ଦିନ ତଳେ କଣ୍ଟାବାଞ୍ଜି ଷ୍ଟେସନରେ ଟ୍ରେନରୁ ଓହ୍ଲାଇ କୁଇବାହାଲ ଘରକୁ ନଫେରି କଣ୍ଟାବାଞ୍ଜି ଅଞ୍ଚଳରେ ବୁଲୁଥିବା ବେଳେ, ଅନ୍ୟ କାହାର ବାଇକ ଧରି ବୁଲାବୁଲି କରୁ ଥିବା ବେଳେ ଖୁଟଲୁମୁଣ୍ଡା ଛକରେ ରକ୍ତ ଜୁଡ଼ ବୁଡ଼ ହୋଇ ପଡ଼ିଥିବା ବେଳେ ଖବର ପାଇ ପୁଲିସ ଉଦ୍ଧାର କରି, ଯୁବକର ବାପାଙ୍କୁ ଖବର ଦେଇଥିଲେ।
Popular Categories



