www.samajalive.in
Saturday, December 6, 2025
16.1 C
Bhubaneswar

କାର-ବୋଲେରୋ ମୁହାଁ ମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଲଇଗାଁ ଢାବା ନିକଟରେ ବୁଧୁବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଏକ କାର ସହିତ ବୋଲେରୋ ଗାଡି ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କାରରେ ଥିବା ଯାତ୍ରୀ ଧୃବଚରଣ ବେହେରା(୪୫)ଙ୍କ ମୃତ୍ୟୁ ଘଟିଥିବାବେଳେ ନୀଳାମ୍ବର ସ୍ୱାଇଁ(୪୨) ଭଳି ଅନ୍ୟ ଜଣେ ଯାତ୍ରୀ ଗୁରୁତର ଆହାତ ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ ଆଜି ଅପରହ୍ନ ସମୟରେ ଏହି ଜାତୀୟ ରାଜପଥ ଦେଇ ଏକ କାର ନଂ- ଓଡି ୧୭କ୍ୱ୍ୟୁ ୮୫୧୫ ଗାଡି ଭୂବନେଶ୍ୱରରୁ ବଲାଙ୍ଗୀର ଅଭିମୁଖେ ଯାଉଥିଲା। ଏହି ସମୟରେ ବୀପରୀତ ଦିଗ ବୌଦ୍ଧ ପଟୁ ଏକ ବୋଲେରୋ ନଂ- ଓଆର-୨୩ ଇ-୯୪୦୯ ଗାଡି ସହିତ ଲଇଗାଁ ଢାବା ନିକଟରେ ମୁହାଁମୁହିଁ ଧକ୍କା ଦେଇ ଦୁର୍ଘଟଣା ଘଟିଥିଲା। ଫଳରେ କାରରେ ବସିଥିବା ଦୁଇ ଜଣ ଯାତ୍ରୀଙ୍କ ମଧ୍ୟରୁ ଧୃବଚରଣ ବେହେରାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ଯାତ୍ରୀ ନିଳାମ୍ବର ସ୍ୱାଇଁଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତୀ କରାଯାଇଛି। ଅନ୍ୟପଟେ ଦୁର୍ଘଟଣା ପରେ ବୋଲେରୋ ଗାଡି ଡ୍ରାଇଭର ଫେରାର ମାରିଥିବା ଜଣାପଡିଛି। ମୃତ ଧୃବଚରଣ ବେହେରା ଏବଂ ଗୁରୁତର ନିଳାମ୍ବର ସ୍ୱାଇଁଙ୍କ ଘର ବଲାଙ୍ଗୀର ଜିଲ୍ଲା ଭଏଁସାପାଲ୍ଲୀ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି। ପୁରୁଣାକଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories