www.samajalive.in
Saturday, December 6, 2025
23.1 C
Bhubaneswar

ଯୁକ୍ତ-୨ ଶିକ୍ଷାନୁଷ୍ଠାନକୁ ଡିଗ୍ରୀ କଲେଜରୁ ପୃଥକୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଯୁକ୍ତ-୨ ଶିକ୍ଷାକୁ ଉଚ୍ଚଶିକ୍ଷା ବିଭାଗରୁ ପୃଥକ କରାଯାଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ମିଶ୍ରଣ କରାଯାଇଥିବାବେଳେ ଯୁକ୍ତ-୨ ଶିକ୍ଷାନୁଷ୍ଠାନଗୁଡ଼ିକୁ ଡିଗ୍ରୀ କଲେଜରୁ ପୃଥକୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଗୁରୁତ୍ୱାରୋପ କରିଛନ୍ତି। ଯୁକ୍ତ-୨ ଶିକ୍ଷାନୁଷ୍ଠାନଗୁଡ଼ିକୁ ଉଚ୍ଚଶିକ୍ଷା ଅନୁଷ୍ଠାନରୁ ପୃଥକ କରିବା ପ୍ରକ୍ରିୟାର ଅଗ୍ରଗତି ସଂପର୍କରେ ସମୀକ୍ଷା ନିମନ୍ତେ ଏକ ଉଚ୍ଚସ୍ତରୀୟ ବୈଠକ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

 

- Advertisement -

ଇତି ମଧ୍ୟରେ କିଛି ସ୍ଥାନରେ ଯୁକ୍ତ-୨ ଏବଂ ଡିଗ୍ରୀ ମହାବିଦ୍ୟାଳୟ ପୃଥକ ଭାବରେ କାର୍ଯ୍ୟ କରୁଛି । ତେବେ ଉଚ୍ଚଶିକ୍ଷା ବିଭାଗର ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀ ଯେଉଁମାନେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅବସ୍ଥାପିତ ହୋଇ କାର୍ଯ୍ୟକରୁଛି, ସେମାନଙ୍କୁ ପର୍ଯ୍ୟାୟ କ୍ରମେ ଉଚ୍ଚଶିକ୍ଷା ବିଭାଗକୁ ଫେରାଇ ନିଆଯିବ, ଯେପରି ଯୁକ୍ତ -୨ ଶିକ୍ଷାନୁଷ୍ଠାନ ରେ ଶିକ୍ଷାଦାନ କ୍ଷେତ୍ରରେ କୌଣସି ବ୍ୟାଘାତ ସୃଷ୍ଟି ନହୁଏ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଉକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ସେହିପରି ଯେଉଁସବୁ କମ୍ପୋଜିଟ୍‌ ମହାବିଦ୍ୟାଳୟରେ ଯୁକ୍ତ-୨ ଏବଂ ଡିଗ୍ରୀ ମହାବିଦ୍ୟାଳୟ କାର୍ଯ୍ୟ କରୁଛି ଏବଂ ସେସବୁ ଶିକ୍ଷାନୁଷ୍ଠାନରେ କୋଠାବାଡ଼ି, ଜମି ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ଦୃଷ୍ଟିରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଡିଗ୍ରୀ ମହାବିଦ୍ୟାଳୟକୁ ସଂପୂର୍ଣ୍ଣ ରୂପେ ପୃଥକ କରାଯାଇପାରିବ, ସେଗୁଡ଼ିକୁ ସଂପୂର୍ଣ୍ଣ ରୂପେ ଅଲଗା କରାଯିବ। ତଦନୁଯାୟୀ ଜମିଜମା କାଗଜପତ୍ର ମଧ୍ୟ ପରିବର୍ତ୍ତନ କରାଯିବ। କୋଠାବାଡ଼ି ଓ ଅନ୍ୟାନ୍ୟ ଭିତ୍ତିଭୂମି ସଂପୂର୍ଣ୍ଣ ପୃଥକ ହୋଇଗଲେ ଯୁକ୍ତ-୨ ଶିକ୍ଷାନୁଷ୍ଠାନଗୁଡ଼ିକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଏବଂ ଡିଗ୍ରୀ ମହାବିଦ୍ୟାଳୟ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ହେବ। ଯୁକ୍ତ-୨ ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷକ ଓ ଅଣଶିକ୍ଷକଙ୍କ ପଦବୀ ପୂରଣ ଓ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଅର୍ଥବିଭାଗ ସହିତ ଖୁବ୍‌ଶୀଘ୍ର ଏକ ମିଳିତ ବୈଠକ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories