www.samajalive.in
Tuesday, December 9, 2025
15.1 C
Bhubaneswar

କୁଆଖିଆରେ ଓଲଟିଲା କଦଳୀ ବୋଝେଇ ଟ୍ରକ୍; ହେଲପର ସହ ୨ ମୃତ

କୁଆଖିଆ: ଯାଜପୁର ଜିଲାର କୁଆଖିଆ ଫ୍ଲାଏଓଭର ଉପରେ ଏକ କଦଳୀ ବୋଝେଇ ଗାଡ଼ି ସହ ଅନ୍ୟ ଏକ ଟ୍ରକର ଧକ୍କା ଲାଗି ୨ ଜଣ ପ୍ରାଣ ହରାଇଛନ୍ତି । ଜଣେ ମୃତକଙ୍କୁ ଚିହ୍ନଟ କରାଯାଇଛି ଓ ସେ ଦୁର୍ଘଟଣାଗ୍ରସ୍ତ ଗୋଟିଏ ଗାଡ଼ିର ହେଲପର ଥିଲେ । ଅନ୍ୟ ମୃତକଙ୍କ ପରିଚୟ ମିଳିନାହିଁ । ସେହିପରି ଦୁଇ ଗାଡ଼ିର ଡ଼୍ରାଇଭର ଗୁରୁତର ଆହତ ହୋଇଛନ୍ତି ଓ ସେମାନଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।

କିଛି ପ୍ରତ୍ୟକ୍ଷ ଦର୍ଶୀଙ୍କ ସୂତ୍ରୁ ମିଳିଥିବା ସୂଚନା ଅନୁସାରେ କଟକ ଆଡ଼ୁ କଲକତା ଆଡ଼କୁ ଯାଉଥିବା ଏହି କଦଳୀ ବୋଝେଇ ଟ୍ରକଟି ଅକସ୍ମାତ ଭାରସାମ୍ୟ ହରାଇ ଫ୍ଲାଏ ଓଭର ଉପରେ ଓଲଟି ପଡ଼ିଥିଲା; ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଆଉ ଏକ ଟ୍ରକ୍ ସହ ଗାଡ଼ିଟିର ଧକ୍କା ହୋଇଥିଲା । କଦଳୀ ବୋଝେଇ ଗାଡ଼ିଟି ଆନ୍ଧ୍ରରୁ ରାଞ୍ଚି ଯାଉଥିବା ଜଣାପଡ଼ିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories