୫୦୦ ଫୁଟ ଗଭୀର ଖାଇକୁ ଖସିଲା ବୋଲେରୋ: ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

0

ଶିମଲା: ହିମାଚଳ ପ୍ରଦେଶର ଶିମଲାରେ ଏକ ଗଭୀର ଖାଇକୁ ବୋଲେରୋ ଗାଡି ଖସି ପଡିବାରୁ  ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳ ଜଣେ ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣାର ଖବର ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଗୁରୁତର ହୋଇଥିବା ଯୁବକଙ୍କୁ ଚିକିତ୍ସାପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ହିମାଚଳର ରାନବି ଅଞ୍ଚଳରୁ ଝିକିନି ପୋଲ ନିକଟରେ ଏହି ବୋଲେରଟି  ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ସମୟରେ ବୋଲେରରେ ୭ ଜଣ ବ୍ୟକ୍ତି ଯାତ୍ରା କରୁଥିଲେ । ତେବେ କେଉଁ କାରଣ ଏହି ଦୁର୍ଘଟଣା ଘଟିଛି ତାହା ଜଣା ପଡି ନାହିଁ ।

Leave A Reply