www.samajalive.in
Saturday, December 6, 2025
19.1 C
Bhubaneswar

ବନ୍ଦ ହେବ ଗରିବ ରଥ !

ନୂଆଦିଲ୍ଲୀ: ତତ୍କାଳୀନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଗରିବମାନଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ ଟ୍ରେନରେ ଯାତ୍ରା କରିବାର ସ୍ବପ୍ନ ସାକାର କରିବା ଲାଗି ୨୦୦୬ରେ ଗରିବ ରଥ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ। କିନ୍ତୁ ବର୍ତ୍ତମାନର ସରକାର ଗରିବ ରଥ ଟ୍ରେନଗୁଡ଼ିକୁ ମେଲ୍‌ ଏକ୍ସପ୍ରେସରେ ଦଳାଉଛନ୍ତି। ଅର୍ଥାତ୍‌ ଗରିବ ରଥ ଟ୍ରେନ ଖୁବ୍‌ଶୀଘ୍ର ବନ୍ଦ ହେବାକୁ ଯାଉଥିବା ସୂଚନା ମିଳିଛି।

ଏହି ପରିପ୍ରେକ୍ଷୀରେ ପ୍ରଥମେ ପୂର୍ବତଟ ରେଳପଥରେ ଚଳାଚଳ କରୁଥିବା କାଠଗୋଦାମ-ଜାମ୍ମୁ ଏବଂ କାଠଗୋଦାମ-କାନପୁର ସେଣ୍ଟ୍ରାଲ ଗରିବ ରଥକୁ ଜୁଲାଇ ୧୬ରୁ ମେଲ୍‌-ଏକ୍ସପ୍ରେସରେ ବଦଳାଇ ଦିଆଯାଇଛି। ଫଳରେ ଏହି ରୁଟ୍‌ରେ ଗରିବ ରଥର ଶସ୍ତା ଯାତ୍ରା ବନ୍ଦ ହୋଇଯାଇଛି। ରେଲୱେର କହିବା ଅନୁସାରେ, ଗରିବ ରଥର ବଗି ତିଆରି ବନ୍ଦ ହୋଇଯାଇଛି। ଏବେ ଯେଉଁ ବଗିଗୁଡ଼ିକ ଚାଲିଛି ସେଗୁଡ଼ିକ ୧୪ ବର୍ଷ ପୁରୁଣା। ତେଣୁ ପର୍ଯ୍ୟାୟକ୍ରମେ ଗରିବ ରଥ ବଗିଗୁଡ଼ିକୁ ଏବେ ମେଲ୍‌ ଏକ୍ସପ୍ରେସରେ ବଦଳାଇ ଦିଆଯାଉଛି।

- Advertisement -

ଗରିବ ରଥ ଟ୍ରେନକୁ ମେଲ୍‌ ଅଥବା ଏକ୍ସପ୍ରେସ ଟ୍ରେନରେ ବଦଳାଇବା ପରେ ଟ୍ରେନର ଯାତ୍ରୀଭଡ଼ା ବଢ଼ିଯିବ, ଯାହାଦ୍ବାରା ଗରିବ ରଥର ଶସ୍ତା ଯାତ୍ରା ବନ୍ଦ ହୋଇଯିବ। ଦେଶରେ ୨୬ ଗରିବ ରଥ ଟ୍ରେନ ରହିଛି ଏବଂ ସମସ୍ତକୁ ଧୀରେ ଧୀରେ ମେଲ୍‌ ଏକ୍ସପ୍ରେସରେ ବଦଳାଇ ଦିଆଯିବ। ଗରିବ ରଥରେ ୧୨ଟି ବଗି ରହିଥାଏ। ସବୁଗୁଡ଼ିକ ୩ୟ ଶ୍ରେଣୀ ଶୀତତାପ ନିୟନ୍ତ୍ରିତ ବଗି। ଏହି ଟ୍ରେନଗୁଡ଼ିକୁ ମେଲ୍‌ ଟ୍ରେନରେ ବଦଳାଇବା ପରେ ସେଥରେ ୧୬ଟି ବଗି ରହିପାରିବ। ଏଥିରେ ୩ୟ ଶ୍ରେଣୀ ଏସି, ୨ୟ ଶ୍ରେଣୀ ଏସ, ସ୍ଲିପର ଏବଂ ଜେନେରାଲ ବଗି ରହିବ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories