www.samajalive.in
Monday, December 8, 2025
24.1 C
Bhubaneswar

ଅଯୋଧ୍ୟା ମାମଲା: ଅଗଷ୍ଟ ୧ରେ ରିପୋର୍ଟ ଦାଖଲ ପାଇଁ ମଧ୍ୟସ୍ଥତା କମିଟିକୁ ନିର୍ଦେଶ

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାର ଶୁଣାଣି ଗୁରୁବାର ସୁପ୍ରିମକୋର୍ଟରେ ହୋଇଥିଲା। ଏହି ଅବସରରେ ସୁପ୍ରିମକୋର୍ଟ ମଧ୍ୟସ୍ଥତା କମିଟିକୁ ଜୁଲାଇ ଶେଷ ପର୍ଯ୍ୟନ୍ତ ନିଜର କାର୍ଯ୍ୟ ଜାରି ରଖିବାକୁ କହିଛନ୍ତି। ଏହା ପରେ ଅଗଷ୍ଟ ୧ରେ କମିଟି ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ସମୟ ଦେଇଛନ୍ତି। ଗତ ୧୧ ତାରିଖରେ ଶୁଣାଣି ସମୟରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମଧ୍ୟସ୍ଥତା କମିଟିକୁ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ। ମଧ୍ୟସ୍ଥତା କମିଟି ଯଦି କୌଣସି ନିଷ୍କର୍ଷରେ ପହଞ୍ଚିପାରି ନ ଥିବ, ତେବେ ଆସନ୍ତା ୨୫ ତାରିଖରୁ ମାମଲାର ନିୟମିତ ଶୁଣାଣି ହେବ ବୋଲି ମଧ୍ୟ ଜଣାଇଥିଲେ। ଗତ ମାର୍ଚ୍ଚ ୮ରେ ମାମଲାର ସମାଧାନ ଲାଗି ମଧ୍ୟସ୍ଥତା କମିଟି ଗଠନ କରିଥିଲେ। ଅବସରପ୍ରାପ୍ତ ବିଚାରପତି ଏଫ.ଏମ. ଖଲିଫଉଲ୍ଲା କମିଟି ଅଧ୍ୟକ୍ଷ ନିଯୁକ୍ତ ହୋଇଥିବାବେଳେ ଆର୍ଟ ଅଫ ଲିଭିଂର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର ଏବଂ ବରିଷ୍ଠ ଆଡ୍‌ଭୋକେଟ ଶ୍ରୀରାମ ପଞ୍ଚୁ କମିଟିର ସଦସ୍ୟ ଅଛନ୍ତି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories