ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଆସନ୍ତା ୨୨ ତାରିଖରେ ପୁଣି ଥରେ ଚନ୍ଦ୍ରଯାନ-୨ ଅଭିଯାନ ଆରମ୍ଭ କରିବ। ଏହିଦିନ ଚନ୍ଦ୍ରଯାନ-୨ର ଉତ୍କ୍ଷେପଣ କରାଯିବ। ସୋମବାର ଅପରାହ୍ନ ୨ଟା ୪୩ ମିନିଟରେ ଏହାର ଉତ୍କ୍ଷେପଣ ହେବ ବୋଲି ଇସ୍ରୋ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି। ଭାରତର ୨ୟ ଚନ୍ଦ୍ରଯାନ ଅଭିଯାନ ଗତ ୧୫ ତାରିଖରେ ଆରମ୍ଭ ହେବାର ଥିଲା। ମାତ୍ର ବୈଷୟିକ ତ୍ରୁଟି କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଜିଏସଏଲଭି-ଏମକେ ୩ ମହାକାଶ ଯାନର କ୍ରାୟୋଜେନିକ ଇଞ୍ଜିନର ହିଲିୟମ ବୋତଲରେ ଲିକ୍ ଯୋଗୁ ଉତ୍କ୍ଷେପଣର ୫୬ ମିନିଟ ପୂର୍ବରୁ ଅଭିଯାନକୁ ବନ୍ଦ କରାଯାଇଥିଲା।
Popular Categories



