www.samajalive.in
Saturday, December 6, 2025
26.1 C
Bhubaneswar

ଜଳିଗଲା ଦିଆସିଲି ବୋଝେଇ ଟ୍ରକ

ଭଦ୍ରକ : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ୧୬ ନମ୍ବର ଜାତୀୟ ରାଜପଥ ଛତାବର ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ଦିଆସିଲି ବୋଝେଇ ଟ୍ରକରେ ନିଆଁ ଲାଗି ଯାଇଥିଲା। ଟ୍ରକର ଚାଳକ ଏବଂ ହେଲପର ସୁରକ୍ଷିତ ଅଛନ୍ତି ବୋଲି ଜଣାପଡ଼ିଛି। ଟ୍ରକରେ ନିଆଁ ଲାଗିଥିବା ବିଷୟରେ ଜାଣି ପାରି ଚାଳକ ଜାତୀୟ ରାଜପଥ କଡ଼ରେ ଗାଡ଼ିଟିକୁ ରଖି ଦେଇଥିଲେ। ରାତିରେ ପାଟ୍ରୋଲିଂ କରୁଥିବା ଭଣ୍ଡାରିପୋଖରୀ ପୁଲିସ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଏହାପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଟ୍ରକଟି ସମ୍ପୂର୍ଣ୍ଣ ଜଳିଯିବା ସହ ଏହା ତାମିଲନାଡ଼ୁରୁ କୋଲକତା ଯାଉଥିଲା ବୋଲି ସୂଚନା ମିଳିଛି।

Hot this week

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

Related Articles

Popular Categories