www.samajalive.in
Tuesday, December 9, 2025
26.1 C
Bhubaneswar

ଅଭିଷେକଙ୍କ ଆରୋଗ୍ୟ କାମନା କରି ମୌସୁମୀ ପାଳିଲେ ସାବିତ୍ରୀ ବ୍ରତ

ଭୁବନେଶ୍ୱର/ବାସୁଦେବପୁର: ‘ଅଭିଷେକ ୱେଡ୍ସ ମୌସୁମୀ’। ଘର ଅଗଣାରେ ଝଟକୁଛି ଶୁଭ ବିବାହର ସାହାନାଇ ଚିତ୍ର। ଗ୍ର୍ରାମବାସୀଙ୍କ ମନରୁ ଯାଇନି ବାହାଘରର ସ୍ମୃତି। ବିବାହର ମାସକ ଭିତରେ ନବଦମ୍ପତିଙ୍କୁ ସାମ୍ନା କରିବାକୁ ପଡ଼ିଛି ଜୀବନର ସବୁଠୁ ବଡ଼ ବିପଦ। କରୋନା ଆକ୍ରାନ୍ତ ହୋଇ ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ଗ୍ରାମର ଅଭିଷେକ ମହାପାତ୍ର (୨୮) ୨୭ ଦିନ ହେବ ଚିକିତ୍ସିତ ହେଉଛନ୍ତି। ଏକମାତ୍ର ପୁଅର ଏଭଳି ଅବସ୍ଥାକୁ ନେଇ ବାପା ଯଦୁନାଥ ଓ ମା’ ସସ୍ମିତା ବାକ୍‌ଶୂନ୍ୟ ହୋଇ ପଡ଼ିଛନ୍ତି। ସାରା ଜୀବନ ସାଥୀ ହେବାକୁ ହାତ ଧରିଥିବା ସ୍ତ୍ରୀ ମୌସୁମୀ ସ୍ୱାମୀଙ୍କ ଆଶୁ ଆରୋଗ୍ୟ କାମନାକରି ଆଜି ସାବିତ୍ରୀ ବ୍ରତ ପାଳିଛନ୍ତି। ମୋ ମଥାର ସିନ୍ଦୂର ଆଉ ହାତର ଶଙ୍ଖା ସ୍ୱାମୀକୁ ସୁସ୍ଥ କରି ମୋ ପାଖକୁ ନିଶ୍ଚୟ ଫେରାଇ ଆଣିବ ବୋଲି ସେ କହିଛନ୍ତି।

ଅଭିଷେକ ଭୁବନେଶ୍ୱରର ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ପାଠ ପଢ଼ା ଆରମ୍ଭ କରିଥିଲେ। ଜୁପିଟର ବିଜ୍ଞାନ କଲେଜରେ ଯୁକ୍ତଦୁଇ ପାଠପଢ଼ା ସାରିବା ପରେ ବାରିପଦାର ସୀମାନ୍ତ କଲେଜରେ ସିଭିଲ ଇଞ୍ଜିନିୟରିଂ ପାଠ ପଢ଼ିଥିଲେ। ମା’ଙ୍କ ସ୍ୱଳ୍ପ ରୋଜଗାର ଭିତରେ ଅଭିଷେକ ପାଠ ପଢ଼ି ଜଣେ ସିଭିଲ ଇଞ୍ଜିନିୟର ହୋଇ ପାରିଥିଲେ। ପରେ ଓମାନର ଏକ କମ୍ପାନୀରେ କାମ କରୁଥିଲେ। ଚଳିତ ବର୍ଷ ମାର୍ଚ୍ଚ ୨୫ରେ ବିବାହ ପାଇଁ ଘରକୁ ଫେରିଥିଲେ ଅଭିଷେକ। ମେ ମାସ ୫ରେ ମନ୍ଦାରୀ ଗାଁର ମୌସୁମୀ ମହାନ୍ତିଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହର ୮ଦିନ ପରେ ସାମାନ୍ୟ ଅସୁସ୍ଥ ହୋଇଥିଲେ ଅଭିଷେକ। ପରିବାର ପକ୍ଷରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଅଧିକ ଚିକିତ୍ସା ପାଇଁ ପରିବାର ପକ୍ଷରୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

- Advertisement -

ସେହି ସମୟରେ କୋଭିଡ ସଂକ୍ରମଣ ରାଜ୍ୟରେ ସର୍ବୋଚ୍ଚସ୍ତରରେ ଥିଲା। ଯେକୌଣସି ହସ୍ପିଟାଲରେ ଶଯ୍ୟାଟିଏ ଯୋଗାଡ଼ କରିବା ପରିବାର ଲୋକଙ୍କ ପାଇଁ ଖୁବ୍‌ କଷ୍ଟକର ହୋଇଥିଲା। ଚିକିତ୍ସା ପରେ ବି ଅବସ୍ଥା ଗୁରୁତର ଥିବାରୁ ଏକମୋ ଚିକିତ୍ସା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଗୋଟିଏ ପଟେ ସ୍ୱାମୀର ଜୀବନ, ଅନ୍ୟପଟେ ପ୍ରଚୁର ଅର୍ଥର ଆବଶ୍ୟକତାକୁ ନେଇ ସ୍ତ୍ରୀ ମୌସୁମୀ ଗଣମାଧ୍ୟମରେ ସାହାଯ୍ୟ ପାଇଁ ନିବେଦନ କରିଥିଲେ। ମୌସୁମୀଙ୍କ ଆକୁଳ ନିବେଦନ ଓଡ଼ିଶା ତଥା ଭାରତ ବାହାରର ଓଡ଼ିଆଙ୍କ ହୃଦୟକୁ ଆନ୍ଦୋଳିତ କରିଥିଲା। ଅଭିଷେକଙ୍କର ଏବେ କଲକାତାରେ ଏକମୋ ଚିକିତ୍ସା ଚାଲିଛି। ଆଗାମୀ ୧୪ ଦିନ ଘଡ଼ିସନ୍ଧି ମୁହୂର୍ତ୍ତ ହୋଇଥିବାରୁ ମୌସୁମୀ ତାଙ୍କ ଆୟୁ ସ୍ୱାମୀଙ୍କୁ ମିଳୁ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories