ଭୁବନେଶ୍ବର: ଆୟ ବର୍ହିଭୁତ ମାମଲାରେ ଗିରଫ ହୋଇଥିବା ଅଭୟ ପାଠକ ଜାମିନ ଲାଗି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ପୂର୍ବରୁ ଭିଜିଲାନ୍ସ କୋର୍ଟ ଅଭୟଙ୍କ ଜାମିନ ଆବେଦନ ଖାରଜ କରିଥିଲା।
ସୂଚନା ଯୋଗ୍ୟ ଯେ ଭିଜିଲାନ୍ସ ପକ୍ଷରୁ ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କୁ ନଭେମ୍ବର ୨୭ରେ ଗିରଫ କରାଯାଇଛି। ବାପ-ପୁଅଙ୍କୁ ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଲମ୍ବା ଜେରା ଓ ଡାକ୍ତର ପରୀକ୍ଷା ପରେ ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ବହୁ ବେନାମୀ ସମ୍ପତ୍ତି ସହ ଅନିୟମିତ କାର୍ଯ୍ୟର ଦସ୍ତାବିଜ ମିଳିଛି।



