www.samajalive.in
Sunday, December 14, 2025
17.1 C
Bhubaneswar

ଆବାସ ଯୋଜନା ବାଟବଣା; ଭଙ୍ଗାଦଦରା ଘର ଉପରେ ପଲିଥିନ ଢାଙ୍କି ରହୁଛନ୍ତି ବୃଦ୍ଧ ଦମ୍ପତି

ରେଙ୍ଗାଲି: ରାଜ୍ୟ ଏବଂ କେନ୍ଦ୍ର ସରକାର ଗରିବ ଏବଂ ଅସହାୟ ପରିବାରଙ୍କୁ ପକ୍କା ଘର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କା ଘର, ମୋ କୁଡିଆ ଆଦି ଅନେକ ଯୋଜନା କାର୍ଯ୍ୟକାରୀ କରି ଆସୁଛନ୍ତି। ତେବେ ଏତେ ଯୋଜନା ଥାଇ ସୁଦ୍ଧା ରେଙ୍ଗାଲି ବ୍ଳକ୍ କିନାଲୋଇ ପଞ୍ଚାୟତ ଅନ୍ତର୍ଗତ ଲୁହାଖଣ୍ଡି ଗ୍ରାମର ସଞ୍ଚୟ ଖମାରୀ (୨୦) ନାମକ ଯୁବକ ତାଙ୍କ ୭୮ ବର୍ଷ ବୟସ୍କ ବୃଦ୍ଧ ବାପା ଝୁମେର ଖମାରୀ ଓ ୭୫ ବର୍ଷ ବୟସ୍କା ବୃଦ୍ଧା ମାଆ ଜପା ଖମାରୀଙ୍କ ସହିତ ଭଙ୍ଗାଦଦରା ପଲିଥିନ ଢଙ୍କା ହୋଇଥିବା ଘରେ ଜୀବନ ଅତିବାହିତ କରୁଥିବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ପଛୁଆ ବର୍ଗର ଗରିବ ପରିବାର ହୋଇଥିବା ଝୁମେର ଖମାରୀଙ୍କୁ ୨୦/୨୫ ବର୍ଷ ଆଗରୁ ଆବାସ ଯୋଜନାରେ ଘର ମିଳିଥିଲା ବୋଲି କହିଛନ୍ତି ତାଙ୍କର ପୁଅ ସଞ୍ଚୟ। ସେହି ଘର କିଛି ବର୍ଷ ହେଲା ଜରାଜୀର୍ଣ ତଥା ଭଙ୍ଗାଦଦରା ହୋଇ ଯିବାରୁ ଆବାସ ଯୋଜନାରେ ଅନ୍ୟ ଏକ ଘର ଯୋଗାଇ ଦେବାକୁ ସଞ୍ଚୟ ଅନେକ ଥର ପଞ୍ଚାୟତ ଏବଂ ବ୍ଳକକୁ ଧାଁ ଦୌଡ କରି ବାରମ୍ବାର ସରପଞ୍ଚ ଓ ବିଡିଓଙ୍କୁ ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ଏଯାଏ ଘର ମିଳି ନାହିଁ ବୋଲି ସଞ୍ଚୟ କ୍ଷୋଭ ପ୍ରକାଶ କରିଛନ୍ତି। ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ନୁଆଁଘର ତିଆରି କରିବା କିମ୍ବା ଭଙ୍ଗା ଘର ମରାମତି କରିବାର ମୋର ସାମର୍ଥ୍ୟ ନାହିଁ। କାମଧନ୍ଦା କରି ଯାହା ମିଳୁଛି ସେଥିରେ ବାପା ମାଆ ଏବଂ ମୁଁ କଷ୍ଟେମଷ୍ଟେ ଚଳିଯାଉଛୁ। ଘର ତିଆରି କିମ୍ବା ମରାମତି କରିବା ଆମ ପାଇଁ ଅସମ୍ଭବ ହେଉଥିବାରୁ ଭଙ୍ଗାଦଦରା ଘରେ ଭାରି କଷ୍ଟରେ ବାପା ମାଆଙ୍କୁ ନେଇ ରହିବା ଛଡା ଆଉ କିଛି ଉପାୟ ନାହିଁ ବୋଲି ସଞ୍ଚୟ ଦୁଃଖର ସହିତ ମତ ପ୍ରକାଶ କରିଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଏଦିଗରେ ଦୃଷ୍ଟି ଦେଇ ଦୟନୀୟ ଅବସ୍ଥାରେରେ ରହୁଥିବା ଏହି ପରିବାରକୁ ଅଗ୍ରାଧିକାର ଭିତ୍ତିରେ ଘର ଯୋଗାଇ ଦେବାକୁ ରେଙ୍ଗାଲି ସଂଗ୍ରାମ ସମିତି ପକ୍ଷରୁ ଦାବି କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories