www.samajalive.in
Monday, December 15, 2025
24.1 C
Bhubaneswar

କୋଭିଡ କଟକଣା ମଧ୍ୟରେ ଆଠଗଡ ଦୋଳଯାତ୍ରା

ଆଠଗଡ : ସଂପ୍ରତି ରାଜ୍ୟ ତଥା ଦେଶରେ ୨ୟ ପର୍ଯ୍ୟାୟ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଚଳିତବର୍ଷ ରାଜ୍ୟସରକାରଙ୍କର ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ମୁତାବକ ଆଠଗଡରେ ଦୋଳଯାତ୍ରା କୋଭିଡ କଟକଣା ମଧ୍ୟରେ କେବଳ ପରମ୍ପରା ବଜାୟ ରଖିବା ପାଇଁ ନିରାଡମ୍ବର ଭାବେ ପାଳିତ ହୋଇଛି। କୌଣସି ବାଜା, ବାଣ, ରୋଷଣୀ ନଥାଇ କେବଳ ସ୍ୱଳ୍ପ ଆଲୋକ ଏବଂ ଘଣ୍ଟ ବାଜଣା ମଧ୍ୟରେ ସହରର ସମସ୍ତ ଦିଅଁଙ୍କୁ ବିମାନରେ ଭୋଗଲାଗି ପାଇଁ ବିଭିନ୍ନ ସାହିବସ୍ତି ପରିକ୍ରମା କରାଯାଉଛି। ୨୪ତାରିଖ ଫଗୁଦଶମୀ ଠାରୁ ଶ୍ରୀ ରାଧାଗୋବିନ୍ଦ ଜୀଉ, ଶ୍ରୀ ଅଟ୍ଟାଳି ଜଗନ୍ନାଥ ଦେବ, ଶ୍ରୀ ରଘୁନାଥ ଜୀଉ, ଶ୍ରୀ ଲକ୍ଷ୍ମୀନୃସିଂହ ଦେବ, ଶ୍ରୀ କାଶୀ ବିଶ୍ୱନାଥ, ଶ୍ରୀ ସ୍ୱପ୍ନେଶ୍ୱର ଦେବ, ରାଧାଗୋବିନ୍ଦପୁରର ଶ୍ରୀ ରାଧାଗୋବିନ୍ଦ ଦେବ, ରାସରସିକପୁରସ୍ଥିତ ଶ୍ରୀ ରାଧାରସିକ ଦେବଙ୍କୁ ସୁସଜ୍ଜିତ ବିମାନରେ ଗୋପାଳ ଭାଇମାନେ ବୁହାଇ ବିଭିନ୍ନ ସାହିବସ୍ତିରେ ଚାଚେରି ଭୋଗ ଲାଗି କରାଇଥିଲେ। ଶନିବାର ଚତୁର୍ଦ୍ଦଶୀରେ ଶ୍ରୀ ଜୀଉମାନେ ସହର ତଥା ସାହିବସ୍ତି ପରିକ୍ରମା କରି ଚାଚେରି ଭୋଗଲାଗି ପରେ ଗୋପବନ୍ଧୁ ଛକଠାରେ ରାତି ପ୍ରାୟ ୧୦ଟାରେ ରାଜାଗ୍ନି ବା ଅଗ୍ନିଉତ୍ସବ ଅନୁଷ୍ଠିତ ହୋଇଥିଲା। ଆଠଗଡ ଗଡଜାତର ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା ଆସନ୍ତା ଏପ୍ରିଲ ୨ତାରିଖରେ ପଡୁଥିବାବେଳେ ୩ତାରିଖରେ ଏଠାରେ ହୋଲି ଉତ୍ସବ ପାଳନ ହୋଇଥାଏ। ପଞ୍ଚୁଦୋଳରେ ଆଠଗଡ ସହର ତଥା ବିଭିନ୍ନ ଗ୍ରାମାଞ୍ଚଳରୁ ପ୍ରାୟ ୫୦ରୁ ଉର୍ଦ୍ଧ ବିମାନରୁଢ ଦିଅଁ ଆସିଥାନ୍ତି। ତେବେ ଚଳିତବର୍ଷ କୋଭିଡ କଟକଣା ଲାଗି ଦୋଳ ମେଳଣ ବନ୍ଦ କରାଯାଇଥିବାବେଳେ କେବଳ ପରମ୍ପରା ରକ୍ଷା ପାଇଁ ଶ୍ରୀ ଧବଳେଶ୍ୱର ଦେବ, ଶ୍ରୀ ସର୍ପେଶ୍ୱର ଦେବଙ୍କ ସମେତ ଆଠଗଡ ସହରର ଦିଅଁ ମାନଙ୍କୁ ମିଶାଇ ମୋଟ ୧୦ଟି ବିମାନ ଯୋଗଦେବା ଲାଗି ସ୍ଥିର ହୋଇଛି। ସେହପିର ସାର୍ବଜନୀନ ହୋଲି ଉତ୍ସବକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ଆଠଗଡ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଲିଥିବା ଏହି ନିରାଡମ୍ବର ଦୋଳଯାତ୍ରା ପରିଚାଳନାରେ ଗଠିତ କମିଟିର ସଭ୍ୟ ଓ ଦେବୋତ୍ତର ବିଭାଗ ସହାୟକ ଭବାନୀ ଶଙ୍କର ପଣ୍ଡା ପରିଚାଳନା କରୁଛନ୍ତି।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories