www.samajalive.in
Saturday, December 13, 2025
21.1 C
Bhubaneswar

ରାଇଡିହାରେ ବିଜେଡ଼ି କର୍ମୀ ସମ୍ମିଳନୀ : ସାହାରପଡା ବ୍ଲକ ଦଖଲ ପାଇଁ ବିଜେଡ଼ି ନେତାଙ୍କ ରଣହୁଙ୍କାର

ପାଟଣା : ଦୀର୍ଘ ୨୧ ବର୍ଷ ହେଲା ବିଜୁ ଜନତା ଦଳ ରାଜ୍ୟରେ ସରକାର କରି ଆସୁଥିବାବେଳେ ସାହାରପଡା ବ୍ଲକ କୁ ବିଜେଡ଼ି ଦଖଲ କରି ପାରି ନାହିଁ । କ୍ରମାଗତ ଦୁଇଥର ବ୍ଲକ ଅଧ୍ୟକ୍ଷା ପଦ ବିଜେପି ଅକ୍ତିଆରରେ ରହିଛି । ଅବଶ୍ୟ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରବିନ୍ଦ୍ର କୁମାର ନାଏକ ଓ ଦୀପକ କୁମାର ରାଜ ଙ୍କ ଭଳି ତୃଣମୂଳ ସ୍ତରର ନେତା କଂଗ୍ରେସ ଛାଡି ଏବେ ବିଜୁ ଜନତା ଦଳରେ ସକ୍ରିୟତାର ସହ କାର୍ଯ୍ୟ କରୁଥିବାରୁ ଓ ଦଳର ଯୁବ ନେତା, ଛାତ୍ର ନେତା ଓ ମହିଳା ସେଲ୍ ସକ୍ରିୟତାର ସହ କାର୍ଯ୍ୟ କରୁଥିବାରୁ ଆଗାମୀ ପଞ୍ଚାୟତରାଜ ନିର୍ବାଚନରେ ବିଜୁ ଜନତା ଦଳ ସାହାରପଡା ବ୍ଲକ ଦଖଲ ପାଇଁ ଆଗୁଆ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି । ଏହି କ୍ରମରେ ସାହାରପଡା ବ୍ଲକ ର ରାଇଡିହା ଠାରେ ରବିବାର ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ନେତୃତ୍ବରେ ସାହାରପଡା ବ୍ଲକ ସ୍ତରୀୟ ବିଜେଡ଼ି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ସମସ୍ତ ପଞ୍ଚାୟତର ଦଳୀୟ କର୍ମକର୍ତ୍ତା ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ନେତୃବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ । ନବୀନ ପଟ୍ଟନାୟକ ସରକାରଙ୍କ ଜନ ହିତକର ଯୋଜନା ସମ୍ପର୍କରେ ଗାଁ କୁ ଯାଇ ଗ୍ରାମବାସୀଙ୍କୁ ଅବଗତ କରାଇ ସେମାନଙ୍କ ଆସ୍ଥାଭାଜନ ହେବା ସହ ଆଗାମୀ ପଞ୍ଚାୟତରାଜ ନିର୍ବାଚନରେ ବ୍ଲକ ଅଞ୍ଚଳର ୨୦ଟି ଯାକ ପଞ୍ଚାୟତରେ ବିଜୟୀ ବାନା ଉଡ଼ାଇବା ସହ ସାହାରପଡା ବ୍ଲକ ଅଞ୍ଚଳରେ ବିଜେଡ଼ିକୁ ଅଧିକ ସଫଳତା ଆଣି ଦେବା ପାଇଁ ନେତୃବୃନ୍ଦ ଉପସ୍ଥିତି ହଜାର ହଜାର କର୍ମୀ ମାନଙ୍କୁ ଆହ୍ବାନ ଜଣାଇଥିଲେ ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories