www.samajalive.in
Saturday, December 6, 2025
17.1 C
Bhubaneswar

ଆଠଗଡରେ ବଢୁଛି ଚୋରି ଓ ରାହାଜାନୀ ; ୪ ଦିନରେ ଦୁଇ ମହିଳା ଛିନତାଇର ଶିକାର

ଆଠଗଡ : ଆଠଗଡରେ ଏବେ ପୁଲିସକୁ ଚ୍ୟାଲେଞ୍ଜ ଦେବା ଭଳି ଗୋଟିଏ ପରେ ଗୋଟିଏ ଚୋରି ଓ ରାହାଜାନୀ ଘଟଣା ଘଟି ଚାଲିଛି। ଗତ ଚାରିଦିନ ମଧ୍ୟରେ ସହର ମଧ୍ୟସ୍ଥ ଦୁଇଟି ସ୍ଥାନରେ ଦୁଇଜଣ ମହିଳାଙ୍କ ବେକରୁ ସୁନା ଚେନ ଛିନତାଇ ହୋଇଥିଲେ ମଧ୍ୟ ପୁଲିସ କୌଣସି ଘଟଣାରେ ସମ୍ପୃକ୍ତ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇନାହିଁ। ଗୁରୁବାର ଅପରାହ୍ନରେ ଆଠଗଡ ସହର ଅନ୍ତର୍ଗତ ବାଣୀକଣ୍ଠନଗର ଠାରେ ଚାରୁଲତା ସାମଲ ନାମକ ଜଣେ ବୟସ୍କ ମହିଳା ନିଜ ଘର ଠାରୁ ଅନ୍ୟ ଜଣଙ୍କ ଘରକୁ ଯାଉଥିଲେ।

କୋଷ୍ଠକାଠିନ୍ୟ ସମସ୍ୟା ପାଇଁ ଚିନ୍ତିତ କି? କ୍ଷୀରରେ ଏହି ପତ୍ର ପକାଇ ପିଅନ୍ତୁ, ଦେଖନ୍ତୁ ଚମତ୍କାର..


ଏହି ସମୟରେ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ଜଣେ ବ୍ୟକ୍ତିଙ୍କ ଘର କେଉଁଠି ପଚାରିଥିଲେ। ମହିଳା ଜଣଙ୍କ କିଛି କହିବା ପୂର୍ବରୁ ଦୁର୍ବୃତ୍ତ ମାନେ ତାଙ୍କର ବେକରୁ ୨୦ ଗ୍ରାମ ଓଜନର ଏକ ସୁନା ଚେନ ଝାମ୍ପିନେଇ ଫେରାର ହୋଇଯାଇଥିଲେ। ଘଟଣା ସଂପର୍କରେ ଆଠଗଡ ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯୋଗ୍ୟ ଗତ ୪ଦିନ ପୂର୍ବର ଅଶୋକନଗର ଅଞ୍ଚଳରେ ସ୍କୁଟିରେ ଯାଉଥିବା ସବିତା ସାହୁ ନାମକ ଜଣେ ମହିଳାଙ୍କୁ ସମାନ ଢଙ୍ଗରେ ଦୁଇ ଜଣ ଦୁର୍ବୃତ୍ତ ଠିକଣା ପଚାରିବା ବାହାନାରେ ତାଙ୍କୁ ଆକ୍ରମଣ କରି ୧୮ ଗ୍ରାମର ଏକ ସୁନାଚେନ ଭିଡି ନେଇ ଫେରାର ହୋଇଯାଇଥିଲେ। ସେ ମଧ୍ୟ ଆଠଗଡ ଥାନାରେ ଏତଲା ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories