www.samajalive.in
Saturday, December 6, 2025
16.1 C
Bhubaneswar

ନାମଲେଖା ଦେୟ ହ୍ରାସ ପାଇଁ କଲେଜ ଛାତ୍ରଛାତ୍ରୀଙ୍କ ଦାବି

ଆଠଗଡ : ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ କଲେଜରେ ପୁନଃ ନାମଲେଖା ଦେୟ ହ୍ରାସ ଦାବିରେ ଛାତ୍ରଅଶାନ୍ତି ଦେଖାଯିବା ସହ ଅଧ୍ୟକ୍ଷ ଓ ଉପଜିଲ୍ଲାପାଳଙ୍କୁ ଏ ସଂପର୍କରେ ଦାବିପତ୍ର ପ୍ରଦାନ କରାଯାଇଛି । କରୋନା ମହାମାରୀ ଯୋଗୁଁ ପ୍ରାୟ ସମସ୍ତଙ୍କ ପରିବାର ଆର୍ଥôକ ସଂକଟ ମଧ୍ୟରେ ଗତି କରୁଥିବାବେଳେ +୩ ୨ୟ ବର୍ଷ ପୁନଃ ନାମଲେଖା ଦେୟ ହ୍ରାସ କରିବା ପାଇଁ ଛାତ୍ରଛାତ୍ରୀ ଦାବିକରି ମଙ୍ଗଳବାର ସକାଳେ କଲେଜର ମୁଖ୍ୟ ପାଠକରେ ତାଲା ପକାଇ ଦେଇଥିଲେ । ପରେ ପରେ କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକମାନେ ସେମାନଙ୍କୁ ବୁଝାସୁଝା କରିବା ପରେ ଫାଠକ ଖୋଲିଥିଲେ । ତେବେ ସେମାନେ ନାମଲେଖା ଦେୟ ୫୦ପ୍ରତିଶତ କମ୍ କରିବା ପାଇଁ ଅଧ୍ୟକ୍ଷ ଡଃ ଲୋକନାଥ ସାହୁ ଏବଂ କଲେଜ ପରିଚାଳନା ପରିଷଦର ସଭାପତି ତଥା ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କୁ ସାକ୍ଷାତ କରି ଦାବିପତ୍ର ଦେଇଥିଲେ । ସେମାନଙ୍କ ଦାବି ଆସନ୍ତା ୬ ତାରିଖ ମଧ୍ୟରେ ପୂରଣ କରାନଗଲେ ଛାତ୍ରଛାତ୍ରୀମାନେ ଆନେ୍ଦାଳନାତ୍ମକ ପନ୍ଥା ଆପଣାଇବେ ବୋଲି ଚେତାବନୀ ଦେଇଛନ୍ତି ।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories