www.samajalive.in
Saturday, December 6, 2025
23.1 C
Bhubaneswar

ନେହେରୁ ଯୁବ କେନ୍ଦ୍ରର ସ୍ୱଚ୍ଛତା ପଖୱାଡ଼ା କାର୍ୟ୍ୟକ୍ରମ

ହରଭଙ୍ଗା : ହରଭଙ୍ଗା ବ୍ଲକରେ ନେହେରୁଯୁବ କେନ୍ଦ୍ର ବୌଦ୍ଧ ତରଫରୁ ବ୍ଲକ ର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ପଖୱାଡ଼ା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ପ୍ରଥମ ଦିବସରେ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଓ ମା ଇଚ୍ଛା ବାସନ୍ତୀ ଯୁବ ପରିଷଦ ବୁକେସିଙ୍ଗା ମିଳିତ ଆନୁକୂଲ୍ୟରେ ବୃକ୍ଷ ରୋପଣ, ଗ୍ରାମ ସଫେଇ କାର୍ୟ୍ୟକ୍ରମ , ମ୍ୟାଲେରିଆ ଓ ଡେଙ୍ଗୁ ସଚେତନତା ରାଲି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୁକେସିଙ୍ଗା ଅଙ୍ଗନୱାଡ଼ି କର୍ମୀ କାଞ୍ଚନ ବେହେରା , ସମ୍ମାନିତ ଅତିଥି ଭାବେ ଆଶା କର୍ମୀ ସାନ୍ତ୍ୱନା ମଲ୍ଲିକ ଯୋଗ ଦେଇ ଯୁବକ ମାନଙ୍କର ଏ ମହନୀୟ କାର୍ୟ୍ୟ ଗୁଡିକୁ ପ୍ରଶଂସନୀୟ ବୋଲି କହିଥିଲେ । ବୁକେସିଙ୍ଗା ସମେତ ବାଲିପଟା, ବିଞ୍ଜିଗଡ଼ ଓ ଅନ୍ୟାନ୍ୟ ନିକଟସ୍ଥ ଗ୍ରାମ ଗୁଡିକରେ ସଫେଇ ସହ ଡେଙ୍ଗୁ ମ୍ୟାଲେରିଆ ସଚେତନତା ରାଲି କାର୍ୟ୍ୟକ୍ରମ କରାଯାଇଥିଲା ଓ ଉକ୍ତ କାର୍ୟ୍ୟକ୍ରମରେ ସମୁଦାୟ ୩୦୦ ଚାରା ରୋପଣ କରାଯାଇଥିଲା । କାର୍ୟ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ର ଜାତୀୟ ଯୁବ ସ୍ବେଛାସେବୀ ସୁଧିର ଦୀପ ପରିଚାଳନା କରିଥିଲେ । କାର୍ୟ୍ୟକ୍ରମକୁ କ୍ଲବ ସଭାପତି ରାଜେଶ ଦେହୁରୀ , ସମ୍ପାଦକ ସୌମ୍ୟରଂଜନ ଦେହୁରୀ , ସଭ୍ୟ ଅବିନାଶ ଦାସ ଓ ସମସ୍ତ ସଦସ୍ୟ ସହଯୋଗ କରିବା ସହ କାର୍ୟ୍ୟକ୍ରମରେ ୪୦ ଜଣ ସ୍ବେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ  ।  ଏହି ସ୍ୱଚ୍ଛତା ପଖୱାଡ଼ା କାର୍ୟ୍ୟକ୍ରମ ଆଗାମୀ ୧୫ ତାରିଖ ପର୍ୟ୍ୟନ୍ତ ଚାଲିବ ବୋଲି ଜାତୀୟ ଯୁବ ସ୍ବେଚ୍ଛାସେବୀ ସୁଧିର ଦୀପ ସୁଚନା ଦେଇଛନ୍ତି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories