www.samajalive.in
Saturday, December 6, 2025
19.1 C
Bhubaneswar

ପୂର୍ତ୍ତ ବିଭାଗର ବରିଷ୍ଠ କିରାଣୀଙ୍କ ଆତ୍ମହତ୍ୟା !

ସମ୍ବଲପୁର : ସମ୍ବଲପୁରର ପୂର୍ତ୍ତ ବିଭାଗରେ କାର୍ୟ୍ୟରତ ବରିଷ୍ଠ କିରାଣୀ ହରେକୃଷ୍ଣ ନାୟକ (୫୦) ମହାନଦୀ ଉପରେ ରହିଥିବା ଦ୍ୱିତୀୟ ପୋଲ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିବାର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବରିଷ୍ଠ କିରାଣୀ ନାୟକ ସବୁ ଦିନ ଭଳି ଆଜି ସକାଳୁ ପ୍ରାୟ ୯ଟା ୪୫ ମିନିଟରେ କାର୍ୟ୍ୟାଳୟକୁ ଯିବା ପାଇଁ ଜିଲା ସ୍କୁଲ ଛକ ନିକଟସ୍ଥ ସରକାରୀ ବାସଭବନରୁ ବାହାରି ଥିଲେ । ତେବେ ସେ କାର୍ୟ୍ୟାଳୟକୁ ନ ଯାଇ ପ୍ରାୟ ସାଢେ ୧୦ଟା ରେ ମହାନଦୀ ଉପରେ ରହିଥିବା ଦ୍ୱିତୀୟ ପୋଲ ଉପରୁ ତଳକୁ ଡେଇଁ ଥିବାର କୁହାଯାଉଛି । ଖବର ଜଣାପଡିବା ପରେ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ଯାଇ ମୃତକଙ୍କ ଶବକୁ ପ୍ରାୟ ୧୨ଟାରେ ଉଦ୍ଧାର କରିଥିଲେ । ଏବେ ମହାନଦୀରେ ବନ୍ୟା ଜଳ ନିଷ୍କାସନ ଜାରି ଥିବାରୁ ଅଗ୍ନିଶମ ବିଭାଗ ଏକ ମୋଟର ଚ।ଳିତ ନୌକାରେ ନଦୀ ମଝିରେ ଥିବା ପଥର ନିକଟକୁ ଯାଇ ବହୁ କଷ୍ଟରେ ମୃତଦେହକୁ ଉଦ୍ଧର କରିଥିଲେ । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ବୁର୍ଲା ପୁଲିସ ଶବକୁ ହେପାଜତରେ ନେଇ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ ନାୟକ ଙ୍କ ପତ୍ନୀ ଓ ଏକ ପୁତ୍ର ଅଛନ୍ତି । ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories