ମୁମ୍ବଇ : ଦେଶବାସୀଙ୍କୁ ସୁଲଭ ମୂଲ୍ୟରେ ସର୍ବୋତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଦୃଢ ପ୍ରତିବଦ୍ଧ ହୋଇଛି ଘରୋଇ ସ୍ୱାସ୍ଥ୍ୟସେବା ଯୋଗାଣକାରୀ ସଂସ୍ଥା ଅଜିଙ୍କ୍ୟ ଡି ୱାଇ ପାଟିଲ। ସୁଲଭ ମୂଲ୍ୟ ସ୍ୱାସ୍ଥ୍ୟସେବା ଯୋଗାଣ କ୍ଷେତ୍ରରେ ଏକ ପ୍ରଭାବୀ ସ୍ଥାନ ଦଖଲ କରିବା ଆଶା ଆକାଂକ୍ଷା ସୁଦୃଢ କରିବା ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ଏହା ଏକ ଗୁରୁତ୍ୱପୂର୍ଣ୍ଣ ରାଜିନାମାରେ ସ୍ୱାକ୍ଷର କରିଛି। ଏହି ଗ୍ରୁପ୍ ୱାଡାଲା ମୁମ୍ବଇରେ ସ୍ୱାସ୍ଥ୍ୟସେବା ଶିକ୍ଷା ସନ୍ନିହିତ ଏକ ପ୍ରମୁଖ ସୁପର ସ୍ପେଶାଲିଟି ଏବଂ କ୍ରିଟିକାଲ କେୟାର ସୁବିଧା ସ୍ଥାପନ କରିବା ଏବଂ ପରେ ପୁଣେରେ ଅନୁରୂପ ମଡେଲ ସ୍ଥାପନ କରିବାକୁ ପଦକ୍ଷେପ ନେଉଛି। ଗ୍ରୁପ୍ ଅଧ୍ୟକ୍ଷ ଡା.ଅଜିଙ୍କ୍ୟ ଡି ୱାଇ ପାଟିଲ କହିଛନ୍ତି, ସୁସ୍ଥତା ଏବଂ ବିକଳ୍ପ ଔଷଧ ଏହିଭଳି କିଛି ବିଷୟ ଯେଉଁଥିରେ ଆମେ ନିଜକୁ ପ୍ରତିବଦ୍ଧ ରହିବା ଏବଂ ବିଶ୍ୱ ମାନର ସୁବିଧା ସୁଯୋଗ ସୃଷ୍ଟି କରିବା ଇଛା କରୁଛୁ। ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ଶିବଦତ୍ତ ଦାସ କହିଛନ୍ତି, ସାଧାରଣ ଲୋକଙ୍କ ପାଇଁ ସର୍ବୋତ୍ତମ ମାନର ଚିକିତ୍ସା ସୁବିଧା ଯୋଗାଇଦେବା ଆମର ଆକାଂକ୍ଷା ହୋଇ ରହିଛି। ଆମେ ଗୋଟିଏ ସ୍ଥାନରେ ଘରୋଇ ହସପିଟାଲ ମାନର ସେବା ଏବଂ ସାମାଜିକ ହସପିଟାଲ ଭଳି ମୂଲ୍ୟ ଏକତ୍ର ଉପଲବ୍ଧ କରାଇବା ଲକ୍ଷ୍ୟ ରଖିଛୁ। ପ୍ରଯୁକ୍ତି ଓ ଅର୍ଥନୀତିର ସଠିକ ସମ୍ମିଶ୍ରଣ ଦ୍ୱାରା ଏହା ସମ୍ଭବ ହୋଇପାରିବ।



