www.samajalive.in
Saturday, December 6, 2025
15.1 C
Bhubaneswar

ଅଯୋଧ୍ୟା ଗଲା ଆସ୍ଥା ସ୍ପେଶାଲ ଟ୍ରେନ୍

ଭୁବନେଶ୍ୱର: ମଙ୍ଗଳବାର ଭୁବନେଶ୍ବରରୁ ଅଯୋଧ୍ୟା ଅଭିମୁଖେ ଗଲା ଆସ୍ଥା ସ୍ପେଶାଲ ଟ୍ରେନ୍। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପତାକା ଦେଖାଇ ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି । ରାମଲଲାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଧରି ଏହି ସ୍ପେଶାଲ ଟ୍ରେନ୍ ବାହାରିଲା। ଆସ୍ଥା ସ୍ପେଶାଲ ଟ୍ରେନରେ ପ୍ରାୟ ୧୪୦୦ ରାମ ଭକ୍ତ  ଅଯୋଧ୍ୟା ଯାଉଛନ୍ତି। ଆସ୍ଥା ସ୍ପେଶାଲ ଟ୍ରେନରେ ୨୦ ଟି ସ୍ଲିପର କୋଚ୍ ଥିବାବେଳେ ପ୍ରତି କୋଚରେ ୭୨ ଟି ସିଟ୍ ରହିଛି । ଏହି ଟ୍ରେନରେ ଭୁବନେଶ୍ୱର ଓ ପୁରୀ ସଂସଦୀୟ କ୍ଷେତ୍ରର ଯାତ୍ରୀମାନେ ଯାଇଛନ୍ତି। ପରବର୍ତ୍ତୀ ସମୟରେ କଟକ, ପୁରୀ ଏବଂ ଭଦ୍ରକରୁ ଏହି ଟ୍ରେନ୍ ଯିବ। ଗତ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମଲଲାଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା ହୋଇଛି। ପ୍ରତିଦିନ ରାମଲାଲାଙ୍କୁ ଦର୍ଶନ କରିବା ଲାଗି  ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories