www.samajalive.in
Monday, December 15, 2025
26.1 C
Bhubaneswar

ଦୀର୍ଘ ଦିନ ପରେ ଅଭିନୟ ଜଗତକୁ ଫେରିଲେ ସୁସ୍ମିତା: ରିଲିଜ୍‍ ହେଲା ‘ଆର୍ଯ୍ୟ’ର ଟ୍ରେଲର

ମୁମ୍ବଇ: ଦୀର୍ଘ ୫ ବର୍ଷ ପରେ ଅଭିନୟ ଜଗତକୁ ଫେରିଛନ୍ତି ବଲିଉଡ଼ ଅଭିନେତ୍ରୀ ସୁସ୍ମିତା ସେନ୍‍। ତାଙ୍କ ଅଭିନୀତ ୱେବ୍‍ ସିରିଜ୍‍ ‘ଆର୍ଯ୍ୟ’ର ଟ୍ରେଲର ରିଲିଜ୍‍ ହୋଇଯାଇଛି। ପ୍ରଥମ ଥର ପାଇଁ ଡିଜିଟାଲ ପ୍ଲାଟଫର୍ମକୁ ଓହ୍ଲାଇଥିବା ସୁସ୍ମିତା ଏଥିରେ ଜଣେ ପ୍ରଭାବଶାଳୀ ମହିଳା ଭୂମିକାରେ ଅଭିନୟ କରିଛନ୍ତି। ପ୍ରଥମ ଥର ପାଇଁ ଦର୍ଶକ ତାଙ୍କୁ ଏଭଳି ଚରିତ୍ରରେ ଦେଖିବାକୁ ପାଇବେ।

ଏହି ସିରିଜରେ ଅଭିନେତା ଚନ୍ଦ୍ରଚୁଡ଼ ସିଂହ ସୁସ୍ମିତାଙ୍କ ସ୍ୱାମୀଙ୍କ ଭୂମିକାରେ ନଜର ଆସିଛନ୍ତି, ଯିଏକି ଜଣେ ବଡ଼ ବ୍ୟବସାୟୀ। କିନ୍ତୁ ତାଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା କରାଯାଉଥିବା ଟ୍ରେଲରରେ ଦେଖିବାକୁ ମିଳିଛି। ‘ନୀରଜା’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ରାମ ମାଧବନୀ ଏହି ୱେବ୍ ସିରିଜର ନିର୍ଦ୍ଦେଶନା ଦେଇଛନ୍ତି। ସେ ଏହାର କାହାଣୀ ମଧ୍ୟ ଲେଖିଛନ୍ତି। ‘ଆର୍ଯ୍ୟ’ ହେଉଛି ଜଣେ ମହିଳାଙ୍କ ସଂଘର୍ଷର କାହାଣୀ। ଟ୍ରେଲର୍ ଦେଖି, ଲାଗୁଛି ଯେ ଏଥିରେ ଅନେକ ଆକର୍ଷଣୀୟ ମୋଡ଼ ରହିଛି। ଏହି ୱେବ୍ ସିରିଜରେ ସୁସ୍ମିତା ସେନ୍ ଏବଂ ଚନ୍ଦ୍ରଚୁଡ଼ ସିଂହଙ୍କ ବ୍ୟତୀତ ସିକନ୍ଦର ଖେର, ଆଲେକ୍ସ ଓନେଲ, ନମିତ ଦାସ, ମନୀଷ ଚୌଧୁରୀ, ବିରେନ ଭାଜିରାନି ପ୍ରମୁଖ ଅଭିନୟ କରିଛନ୍ତି। ଜୁନ୍‍ ୧୯ରେ ହଟଷ୍ଟାରରେ ଏହା ପ୍ରସାରିତ ହେବ।

- Advertisement -

Hot this week

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

Related Articles

Popular Categories