www.samajalive.in
Saturday, December 6, 2025
23.1 C
Bhubaneswar

କେନ୍ଦ୍ରୀୟ ସହାୟତା ଦାବି କରିବାରେ ତାଳମେଳ ରଖୁନାହାନ୍ତି ରାଜ୍ୟ ସରକାର : ନିରଞ୍ଜନ

ଭୁବନେଶ୍ୱର : କେନ୍ଦ୍ରୀୟ ସହାୟତା ଦାବିକରିବାରେ ତାଳମେଳ ରହୁନାହିଁ ରାଜ୍ୟ ସରକାରଙ୍କ । ଏହି ଅଭିଯୋଗ ଆଣି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରେସବାର୍ତା ମାଧ୍ୟମରେ ଉପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଉଦାହରଣ ଦେଇ କହିଛନ୍ତି ଗତ ଫଣି ବାତ୍ୟା ବେଳେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ୯ ହଜାର ୯୩୬ କୋଟି ଟଙ୍କା କ୍ଷୟକ୍ଷତି ହୋଇଛି ବୋଲି ହିସାବ ଦେଇ କେନ୍ଦ୍ର ସରକାରଙ୍କୁ ସହାୟତା ମାଗିଲେ ୫ ହଜାର ୨୨୭ କୋଟି କିନ୍ତୁ କେନ୍ଦ୍ର ସରକାର ୩ ହଜାର ୩ଶହ ୩୮କୋଟି ଦେଲେ। ଯେଉଁଥିରେ ୧ ହଜାର କୋଟି ଟଙ୍କା ଅଗ୍ରିମ ଆକାରରେ ଦେଇଥିଲେ କେନ୍ଦ୍ର ସରକାର। ସେତେବେଳେ ୧୧ଟି ଜିଲାରେ କ୍ଷୟ କ୍ଷତି ହୋଇଥିଲା। ଲୋକ ମରିଥିଲେ ହଜାର ହଜାର ଏକର ଚାଷଜମି କ୍ଷତି ହୋଇଥିଲା। କିନ୍ତୁ ଗତ କିଛି ଦିନ ତଳେ ଅମ୍ପନ ବାତ୍ୟାରେ କ୍ଷତି ହୋଇଥିବା ୪ ଟି ଜିଲା ପାଇଁ ୫୦୦ କୋଟି ଟଙ୍କାର ଅଗ୍ରିମ ସହାୟତା କେନ୍ଦ୍ର ସରକାର ଦେଇଥିବା ବେଳେ ଗତ କାଲି ରାଜ୍ୟ ସରକାର ୨୦ ହଜାର କୋଟି ଟଙ୍କାର ସହାୟତ ମାଗିଛନ୍ତି। ସରକାର ଯେପରି ଭାବରେ ପ୍ରସ୍ତାବ ସବୁ ଉପସ୍ଥାପନ କରିଛନ୍ତି ଏଥିରୁ ଆମେ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ପଟ୍ଟନାୟକ ଅଭିଯୋଗ କରିଛନ୍ତି।

ସେ କହିଥିଲେ ଫଣି ବେଳେ ରାଜ୍ୟ ସରକାର ପାଇଥିବା ୩ ହଜାର ୩ଶହ କୋଟିରୁ ପୁରୀ ଜିଲାପାଇଁ ମାତ୍ର ୧୩୦୦ କୋଟି ଟଙ୍କା ଦେଇଥିବା ବେଳେ ସେଥିରୁ ପୁରୀ ପ୍ରଶାସନ ପ୍ରଥମେ ୨୦୦ କୋଟି ଟଙ୍କା ଫେରାଇଥିବା ବେଳେ ବାକି ୧୧୦୦ କୋଟିରୁ ୬ଶହ କୋଟି ଟଙ୍କା ଖର୍ଚ୍ଚ ନ କରି ଅବ୍ୟବହୃତ ହୋଇ ପଡ଼ିରହିଛି। ଲୋକେ ସେମିତି ଜରିପାଲ ପକାଇ ରହିଛନ୍ତି। ମୁଖ୍ୟମନ୍ତ୍ରୀ ଯେଉଁ ପ୍ରତିଶୃତି ଦେଇ କହିଥିଲେ ନଡ଼ିଆ ଚାଷୀଙ୍କୁ ପ୍ରୋତ୍ସାହନ ମିଳିଲା ନାହିଁ। ତେଣୁ ଏଥିରୁ ରାଜ୍ୟ ସରକାରଙ୍କର ସାଧାରଣ ଲୋକଙ୍କ ପାଇଁ ଖର୍ଚ୍ଚ କରିବାର ଆନ୍ତରିକତା କେତେ ଜଳ ଜଳହୋଇ ଦେଖାଯାଉଛି। ପ୍ରସ୍ତାବ ଦେଲାବେଳେ ଆନ୍ତରିକାତର ସହ ପ୍ରକୃତ ତଥ୍ୟ ଦିଅନ୍ତି କି ନାହିଁ ଏଥିରୁ ସନ୍ଦେହ ପ୍ରକାଶ ପାଉଛି ବୋଲି ପଟ୍ଟନାୟକ କହିଥିଲେ।

- Advertisement -

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories