www.samajalive.in
Tuesday, December 9, 2025
16.1 C
Bhubaneswar

ବହଳଦାର ୨ ପଜିଟିଭ ରୋଗୀ ସହ ବାମନଘାଟୀ ଉପଖଣ୍ଡରେ ପାଦ ଥାପିଲା କରୋନା

ବହଳଦା : ମୟୂରଭଞ୍ଜ ଜିଲାର ବାମନଘାଟୀ ଉପଖଣ୍ଡରେ ପାଦ ଥାପିଛି କରୋନା। ବହଳଦା ବ୍ଲକ ଇଲାକାର ଦୁଇ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ବିଭିନ୍ନ ଡାକ୍ତଖାନା ବୁଲି ବୁଲି ନିଜର ଅସୁସ୍ଥତାର ଚିକିତ୍ସା କରିଥିବା ଜଣେ ୨୩ ବର୍ଷୀୟା ବିବାହିତା ଗ୍ରାମ୍ୟ ମହିଳାଙ୍କ ସାଙ୍ଗକୁ ଅନ୍ୟ ଜଣଙ୍କ ନିଜ ଗୁଜରାଟ ଫେରନ୍ତା ପ୍ରବାସୀ ଶ୍ରମିକ ପରିବାର ସହ ବହଳଦା ବ୍ଲକ ଆଇସୋଲେସନ ସେଣ୍ଟର କ୍ୱାରେଣ୍ଟିନରେ ରହୁଥିବା ଜଣେ ୬ବର୍ଷର ନାବାଳିକା ଶିଶୁକନ୍ୟା ବୋଲି ଜଣାପଡିଛି।  ଏବେ ଦୁଇଜଣ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ପରେ ବହଳଦା ସହ ସମଗ୍ର ବାମନଘାଟୀ ଉପଖଣ୍ଡରେ ଚହଳ ସୃଷ୍ଟି ହୋଇଛି। ଏହି ଚିହ୍ନଟ ସହ କରୋନା ବାମନଘାଟୀରେ ପାଦ ଥାପିଛି।

ଖବର ମୁତାବକ ଉକ୍ତ ମହିଳା ଜଣଙ୍କ ଗତ ମଇ ମାସ ୯ ତାରିଖ ରାତିରେ ପ୍ରଥମେ ବହଳଦା ସିଏଚସିରେ ଭର୍ତ୍ତି ହୋଇଥିଲେ। କରୋନା ସନ୍ଦେହରେ ୧୧ ମେ ମାସରେ ତାଙ୍କୁ ସ୍ୱାବ ପରୀକ୍ଷା ପାଇଁ କରଞ୍ଜିଆ ପଠାଯାଇଥିଲା। ତେବେ ୧୩ତାରିଖରେ ସ୍ୱାବ ଟେଷ୍ଟ ରିପୋର୍ଟରେ କରୋନା ନେଗେଟିଭ ଆସିଥିଲା। ମେ ୨୦ ତାରିଖରେ ସିଏ ରାଇରଙ୍ଗପୁର ଯାଇ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। କଫ ପରୀକ୍ଷା ନେଗେଟିଭ ଥିଲା ବେଳେ ଛାତି ଏକ୍ସରେରୁ ସିଏ ଯକ୍ଷ୍ମା ବା ଟିବି ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଥିଲା। ଏଚଆଇଭି ଟେଷ୍ଟ ପରେ ୨୫ ତାରିଖରେ ତାଙ୍କୁ ବହଳଦାରେ ଟିବି ଔଷଧ ଦିଆଯାଇଥିଲା। ତେବେ ମେ ୩୧ ରୁ କ୍ରମାଗତ ଅସୁସ୍ଥ ରହିବା ପରେ ମେ ୩୧ରୁ ଜୁନ ୨ ତାରିଖ ଯାଏଁ ସିଏ ରାଇରଙ୍ଗପୁର ଓ ବାରିପଦାରେ ଚିକିତ୍ସିତ ହୋଇଥିଲେ। ମାତ୍ର ଗତ ୩ ତାରିଖ ଦିନ ସେ ବାରିପଦାରୁ ବାପଘର ବହଳଦା ବ୍ଲକକୁ ପଳାଇ ଆସିଥିଲେ। ପୁଣି ଗୁରୁତର ଅବସ୍ଥାରେ ୪ତାରିଖ ଦିନ ଦୁନ୍ଦୁ ଗ୍ରାମର ଏକ ଭଡା ଜାଇଲୋ କାରରେ ଉକ୍ତ ମହିଳାଙ୍କୁ କଟକ ନିଆ ଯାଇଥିଲା। ଜୁନ ୫ ତାରିଖ ଦିନ କଟକରେ ସ୍ୱାବ ପରୀକ୍ଷା ପରେ ସେ କରୋନା ଆକ୍ରାନ୍ତ ବୋଲି ଜଣାପଡିଛି।

- Advertisement -

ଉଲ୍ଳେଖ ଥାଉ କି, ଗତ ମେ ୧୩ ତାରିଖ ସ୍ୱାବ ପରୀକ୍ଷା ରିପୋର୍ଟରେ କରୋନା ନେଗେଟିଭ ଥିବା ମହିଳା ଜଣଙ୍କ ବହଳଦା, ରାଇରଙ୍ଗପୁର ଓ ବାରିପଦା ଭଳି ବିଭିନ୍ନ ସ୍ଥାନର ଡାକ୍ତରଖାନା ବୁଲିଲା ପରେ ପୁଣି ଥରେ ଜୁନ ୫ତାରିଖ ଦିନ କଟକରେ ସ୍ୱାବ ପରୀକ୍ଷା ରିପୋର୍ଟ ପଜିଟିଭ ଆସିବା ଘଟଣା ଯୋଗୁଁ ସେ ଗତ ପ୍ରାୟ ମାସକ ମଧ୍ୟରେ କେଉଁଠି ଓ କିଭଳି କରୋନା ସଂକ୍ରମଣର ଶିକାର ହେଲେ, ତାହା ଜାଣିବା ଏବେ ମୁସ୍କିଲ ହୋଇପଡିଛି। ସେପଟେ ଉକ୍ତ ମହିଳାଙ୍କ ଶାଶୂଘର ଓ ବାପଘର ଲୋକମାନଙ୍କର ଏବେ କରୋନା ପରୀକ୍ଷା କରାଯିବା ସହ ସେମାନଙ୍କୁ ଓ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯିବା ଜରୁରୀ ହୋଇପଡିଛି।

ସେହିଭଳି ବହଳଦା ନିକଟବର୍ତ୍ତୀ ନିମଡିହିସ୍ଥିତ ଝାଡଗାଁ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଖୋଲିଥିବା ବହଳଦା ବ୍ଲକ ଆଇସୋଲେସନ ସେଣ୍ଟର କ୍ୱାରେଣ୍ଟିନରେ ଗୁଜୁରାଟରୁ ଫେରନ୍ତା ନିଜର ପରିବାର ସହ ରହୁଥିବା ଜଣେ ୬ବର୍ଷର ନାବାଳିକା ଶିଶୁକନ୍ୟା ମଧ୍ୟ କରୋନା ଆକ୍ରାନ୍ତ ବୋଲି ଜଣାପଡିଛି। ଖବର ମୁତାବକ ଉକ୍ତ ଗୁଜୁରାଟ ଫେରନ୍ତା ପ୍ରବାସୀ  ପରିବାରରେ ବାପା (୨୯) ବର୍ଷ, ମାଆ(୨୧) ବର୍ଷ ଓ ନିଜର ୩ ବର୍ଷର ଜଣେ ସାନଭାଇ ସହ ରହୁଥିବା ଜଣେ ୬ବର୍ଷର ଶିଶୁକନ୍ୟାଙ୍କ ମଧ୍ୟରୁ ଉକ୍ତ ୬ବର୍ଷୀୟା ବାଳିକାଟି ଏବେ କରୋନା ଆକ୍ରାନ୍ତ ବୋଲି ଜଣାପଡିଛି। ତେବେ ଆଶ୍ୱାସନାର କଥା ଉକ୍ତ ନାବାଳିକଙ୍କ ପିତା, ମାତା ଓ ସାନଭାଇଙ୍କ ସ୍ୱାବ ଟେଷ୍ଟ ରିପୋର୍ଟ ନେଗେଟିଭ ଅଛି ବୋଲି ଜଣାପଡିଛି। ଶନିବାର ଦିନ ନାବାଳିକାଙ୍କୁ ଚିକିତ୍ସା ନିମନ୍ତେ ବାରିପଦା ସ୍ଥାନାନ୍ତର କରାଯାଇଛି। ବହଳଦା ବ୍ଲକ ଓ ବାମନଘାଟୀ ଉପଖଣ୍ଡକୁ କରୋନା ଛୁଇଁବା ପରେ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ଛନକା ପଶିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories