www.samajalive.in
Friday, December 5, 2025
26.1 C
Bhubaneswar

କେବଳ ତରଭୁଜ ନୁହେଁ, ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଏହାର ଚୋପା

ଗ୍ରୀଷ୍ମ ଆସିବା ମାତ୍ରେ ସମସ୍ତେ ତରଭୁଜ ଖାଇବାକୁ ପସନ୍ଦ କରନ୍ତି। ଏହା ପ୍ରାକୃତିକ ଉପାୟରେ ଶରୀରକୁ ହାଇଡ୍ରେଟ୍ କରିବାରେ ସାହାଯ୍ୟ କରିଥାଏ। ସମସ୍ତେ ଜାଣନ୍ତି ତରଭୁଜ ଶରୀର ପାଇଁ କେତେ ଲାଭଦାୟକ, କିନ୍ତୁ ବହୁତ କମ୍ ଲୋକ ଜାଣନ୍ତି ଯେ ଏହାର ଚୋପା ମଧ୍ୟ ଶରୀର ପାଇଁ ବରଦାନରୁ କିଛି କମ୍ ନୁହେଁ।

– ତରଭୁଜ ଚୋପାରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଥାଏ। ଯାହା ଶରୀରର ବିଷାକ୍ତ ପଦାର୍ଥକୁ ନିର୍ଗତ କରିବାରେ ସାହାଯ୍ୟ କରେ। ଏହାର ଚୋପା ଚଟନି ତିଆରି କରି ଏହାକୁ ପ୍ରତିଦିନ ଖାଇ ପାରିବେ। ଅନୁସନ୍ଧାନରୁ ଜଣାପଡିଛି ଯେ, ତରଭୁଜ ଚୋପାକୁ ନିୟମିତ ଗ୍ରହଣ କରିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ।

- Advertisement -

– ତରଭୁଜ ଚୋପାକୁ ନିୟମିତ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ତରଭୁଜ ଚୋପାରେ ମଧ୍ୟ ଜାମ ତିଆରି କରି ଖାଇ ପାରିବେ। ଏହା ସହ କୌଣସି ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇ ପାରିବେ। ଏହା ଦ୍ବାରା ଶରୀରକୁ ଅନେକ ଶକ୍ତି ମିଳିଥାଏ।

– ତରଭୁଜ ଚୋପାକୁ ନିୟମିତ ଖାଇବା ଦ୍ୱାରା ଓଜନ ହ୍ରାସ ହେବାରେ ସାହାଯ୍ୟ ହୋଇଥାଏ। ଏହାର ନିୟମିତ ସେବନ ଦ୍ବାରା ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ଆରାମ ମିଳିଥାଏ। ଅନୁସନ୍ଧାନ ଅନୁଯାୟୀ, ତରଭୁଜ ଚୋପା ମଧ୍ୟରେ ପୋଟାସିୟମ୍ ଏବଂ ଅନ୍ୟାନ୍ୟ ଉପାଦାନ ମିଳିଥାଏ, ଯାହା ଗର୍ଭାବସ୍ଥାରେ ଘଟୁଥିବା ଯେକୌଣସି ପ୍ରକାରର ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ।

– ତରଭୁଜ ଚୋପା ପାଣି ପିଇବା ଦ୍ୱାରା କିଡନୀ ଷ୍ଟୋନ୍ ସମସ୍ୟା ଦୂର ହୋଇଥାଏ। ଅନୁସନ୍ଧାନ ଅନୁଯାୟୀ, ତରଭୁଜ ଚୋପାରେ ଏହିପରି ପୋଷକ ତତ୍ତ୍ୱ ମିଳିଥାଏ ଯାହା ପ୍ରୋଷ୍ଟେଟ କର୍କଟ ରୋଗର ଆଶଙ୍କା ହ୍ରାସ କରିବାରେ ସାହାଯ୍ୟ କରିଥାଏ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories