କଂଗ୍ରେସ ସହ ମେଣ୍ଟ ଗଠନକୁ ପ୍ରତ୍ୟାଖ୍ୟାନ କଲେ କେଜରିୱାଲ୍‍

0

ନୂଆଦିଲ୍ଲୀ: କଂଗ୍ରେସ ସହ କୌଣସି ମେଣ୍ଟ ଗଠନକୁ ପ୍ରତ୍ୟାଖ୍ୟାନ କରି ଆମ୍‍ ଆଦ୍‍ମୀ ପାର୍ଟି ଆବାହାକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‍ କେଜରିୱାଲ୍‍ ତାଙ୍କ ପାର୍ଟି ଏକାକୀ ଲୋକସଭା ନିର୍ବାଚନ ଲଢ଼ିବା ବିଷୟ ଘୋଷଣା କରିଛନ୍ତି। ସାମ୍ବାଦିକମାନଙ୍କୁ ସୂଚନା ଦେଇ କେଜରିୱାଲ୍‍ କହିଛନ୍ତି, ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟର ମର୍ଯ୍ୟାଦା ପ୍ରଦାନ ବିଷୟକୁ ନେଇ ତାଙ୍କ ପାର୍ଟି ନିର୍ବାଚନ ଲଢ଼ିବ। ଏହା ନ ହେବା ଯୋଗୁଁ ଜାତୀୟ ରାଜଧାନୀ ଅଞ୍ଚଳକୁ ବହୁ ଅସୁବିଧା ଭୋଗ କରିବାକୁ ପଡ଼ୁଛି। ମେଣ୍ଟ ଗଠନ ପାଇଁ ତାଙ୍କ ପାର୍ଟିର କଂଗ୍ରେସ ସହ କୌଣସି କଥାବାର୍ତ୍ତା ହୋଇ ନ ଥିବା ବିଷୟ ସେ କହିଛନ୍ତି। ଆମ୍‍ ଆଦ୍‍ମୀ ପାର୍ଟି ଦିଲ୍ଲୀର ୭ଟି ଲୋକସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୬ଟି ପାଇଁ ପ୍ରାର୍ଥୀମାନଙ୍କର ନାମ ଘୋଷଣା କରିଛି। ଦିଲ୍ଲୀରେ ମେ ମାସ ୧୨ ତାରିଖରେ ମତଦାନ ହେବ।

Leave A Reply