www.samajalive.in
Sunday, December 14, 2025
19.1 C
Bhubaneswar

ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମ୍ ଆଦମୀ ପାର୍ଟିର ଗଣଧାରଣା

କଣ୍ଟାବାଞ୍ଜି : ଆମ୍ ଆଦମୀ ପାର୍ଟି ପକ୍ଷରୁ ବୁଧବାର କଂଟାବାଞ୍ଜି ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇ ୧୨ ଦଫା ଦାବୀ ନେଇ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବୀଗୁଡିକ ହେଲା କଣ୍ଟାବାଞ୍ଜି ବାଳିକା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆକୁ ଭାଙ୍ଗି ବେଆଇନ ଭାବରେ ସର୍ବସାଧାରଣଙ୍କ ପାଇଁ ଇନ୍‌ଡୋର ଷ୍ଟାଡିୟମ ତିଆରି ହେଉଛି। ଯାହାଫଳରେ ଛାତ୍ରୀମାନଙ୍କ ଖେଳିବା ସଂପୂର୍ଣ୍ଣ ବନ୍ଦ ହେବା ସହ ତାଙ୍କ ସୁରକ୍ଷା ପ୍ରତି ଘୋର ବିପଦ ରହିଛି । ତେଣୁ ଏହି ସ୍କୁଲ ପାଖରେ ଏକ ଖେଳପଡିଆ ଦିଆଯାଉ । ପଂପୁ ତଲାବରେ ବନ୍ଧର ପୁନରୁଦ୍ଧାର ସହ ପଂପୁ ତଲାବ, ଶିବ ମନ୍ଦିର ବନ୍ଧ, ସିଗନଲ ପଡା, ମହାନ୍ତିପଡାର ବନ୍ଧ ସହ ସମସ୍ତ ଜଳାଶୟର ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ କରାଯାଉ। ସିଗନଲପଡା, ସାଲେପଡା, ଗୋରୁବଜାରପଡା, ଗାନ୍ଧୀ ନଗରପଡା ଆଦି ଅନେକ ପଡାରେ ପିଇବା ପାଣିର ଅଭାବ ରହିଛି, ଏହି ବସ୍ତିବାସିନ୍ଦାଙ୍କୁ ପାଇପ ଯୋଗେ ପାଣି ଯୋଗାଇ ଦିଆଯାଉ।

ନୂଆପଡା, କାଦୋପଡା, ଆନନ୍ଦ ନଗର, ସାଲେପଡା, ଅଶୋକ ନଗର ଆଦି ଅନେକ ବସ୍ତିବାସିନ୍ଦା ସରକାରୀ ଜାଗାରେ ବର୍ଷ ବର୍ଷ ଧରି ରହି ଆସୁଛନ୍ତି ସେମାନଙ୍କୁ ସ୍ଥାୟୀ ପଟ୍ଟା ଦିଆଯାଉ । ଯେଉଁ ଗରୀବ, ଭୂମିହୀନ ଲୋକମାନେ ରେଲୱେ ଜମିରେ, ସରକାରୀ ଜମିରେ ରହି ଆସୁଛନ୍ତି ସେମାନଙ୍କୁ ଉଚ୍ଛେଦ କରିବା ପୂର୍ବରୁ ଥଇଥାନ ସୁନିଶ୍ଚିତ କରାଯାଉ। ସମସ୍ତ ଘରୋଇ ଉପଭୋକ୍ତାଙ୍କୁ ୨୦୦ ୟୁନିଟ ମାଗଣା ବିଜୁଳି ଦିଆଯିବା ସହ ପ୍ରତ୍ୟେକ ଧାର୍ମିକ, ସାର୍ବଜନୀନ ଜନମଙ୍ଗଳ ସଂଗଠନମାନଙ୍କୁ ସଂପୂର୍ଣ୍ଣ ମାଗଣା ବିଜୁଳି ଦିଆଯାଉ। ବିଜୁଳି ଉପଭୋକ୍ତାଙ୍କଠାରେ ପୂର୍ବର ବକେୟା ବିଲ୍ ରହିଛି, ଯାହାକି ଟାଟା କଂପାନୀର ନୁହେଁ କିନ୍ତୁ କଂପାନୀ ବିଜୁଳି ଉପଭୋକ୍ତାମାନଙ୍କ ଠାରୁ ଉକ୍ତ ବକେୟା ଟଙ୍କା ଆଦାୟ କରୁଛି, ତାହା ତୁରନ୍ତ ବନ୍ଦ କରାଯାଉ। କଂଟାବାଞ୍ଜି ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତରମାନେ ନିୟମିତ ବହିର୍ବିଭାଗ ରୋଗୀ ଦେଖୁ ନାହାନ୍ତି ଏମାନଙ୍କୁ ନିୟମିତ ରୋଗୀ ଦେଖିବାର ବ୍ୟବସ୍ଥା କରିବା ସହ ନିଦାନ କେନ୍ଦ୍ରରେ ସମସ୍ତ ରୋଗର ପରୀକ୍ଷାର ବନ୍ଦୋବସ୍ତ ଏବଂ ସମସ୍ତ ପ୍ରକାର ଔଷଧ ଯୋଗାଇ ଦିଆଯାଉ। ଡାକ୍ତରଖାନାରେ ପିଇବା ପାଣିର ବ୍ୟବସ୍ଥା କରିବା ସହ ଶୌଚାଳୟ ଓ ଡାକ୍ତରଖାନାର ପରିସର ପରିଷ୍କାର ରଖାଯାଉ। ବୃଦ୍ଧାବୃଦ୍ଧ, ବିଧବା, ଭିନ୍ନକ୍ଷମ, ଅସହାୟ ଭତ୍ତା ୨୫୦୦ ଟଙ୍କାକୁ ବୃଦ୍ଧି କରିବା ସହ ୬୦ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ସ୍ତ୍ରୀ ପୁରୁଷଙ୍କୁ ଭତ୍ତା ଦିଆଯାଉ। ରାସନ କାର୍ଡରୁ ଯେଉଁମାନେ ବାଦ ପଡିଛନ୍ତି, ରାସନ କାର୍ଡରେ ଯେଉଁମାନେ ଛାଡି ହୋଇଛନ୍ତି ସେମାନଙ୍କୁ ସଂଯୋଗ କରିବା ସହ ମୁଣ୍ଡ ପିଛା ୧୦ କିଲୋ ରାସନର ବ୍ୟବସ୍ଥା କରାଯାଉ।

- Advertisement -

ଦାବିପତ୍ର ପ୍ରଦାନ ସମୟରେ ବେଳେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଆପ ସଂଯୋଜକ ସୁରଥ ବେହେରା, ଜିଲ୍ଲା ସଭାପତି ଆଶିଷ ପାଣ୍ଡେ, ତୁରେକେଲା ବ୍ଲକ ସଭାପତି ବିନୋଦ ପୁଟେଲ, ବଙ୍ଗୋମୁଣ୍ଡା ବ୍ଲକ ସଭାପତି ରେଣୁରଞ୍ଜନ ବାଗ, ତୁରେକେଲା ଜୋନ ସଭାପତି ମହେଶ୍ୱର ସାହୁ, କଂଟାବାଞ୍ଜୀ ନଗର ସଭାପତି ବିଷ୍ଣୁ ପୁଞ୍ଜି, ୧୪ ନମ୍ବର ୱାର୍ଡ ସଭାପତି ହାଡୁ ଛତ୍ରିଆ, ୧୧ନଂବର ସଭାପତି ବ୍ରିଜେଶ ବନଛୋର, ସୁନିଲ ପଣ୍ଡା, ବିନୋଦ ସାହୁ, ଅଶୋକ ସୁନା, ସମ୍ରାଟ କିଶୋର ଭୋଇ, ସୁଧିର ବାଗ, ପଦ୍ମା ବେହେରାଙ୍କ ସହ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories